Sunday, October 11, 2026
Home ଆଞ୍ଚଳିକ ଶେରଗଡ ଚାଷୀଙ୍କୁ ତହସିଲଦାରଙ୍କ ଆଶ୍ୱଶନ। ।

ଶେରଗଡ ଚାଷୀଙ୍କୁ ତହସିଲଦାରଙ୍କ ଆଶ୍ୱଶନ। ।

124

ଶେରଗଡ, ୨୪/୧୨/୨୧ (ଜିଲ୍ଲା ଖବର ) : ଅଦିନିଆବର୍ଷାରେ ଶେରଗଡ ବ୍ଲକର ଚାଷୀ ମାନଙ୍କର ଅମଳ କ୍ଷମ ଧାନ ବିଶେଷ କ୍ଷତି ଘଟି ଥିବାରୁ ଚାଷୀ ମାନେ ତରବରିଆ ଭାବେ ଧାନ ଅମଳ କରି ବସ୍ତା ବାନ୍ଧି ରଖିଛନ୍ତି । ତେବେ ଚାଷୀ ଘରେ ସ୍ଥାନ ଅଭାବରୁ ଧାନ ଗଛିତ ରଖିବା ସମ୍ଭବ ହେଉନ ଥିବା ବେଳେ ଏ ପର୍ଯ୍ଯନ୍ତ ଧାନ ମଣ୍ଡି। ଖୋଲି ନଥିବାରୁ ଚାଷୀ ମାନେ ନାହିଁ ନଥିବା ହଟହଟାର ସମ୍ମୁଖିନ ହେଉଛନ୍ତି।ଅନ୍ୟ ପକ୍ଷରେ ସ୍ଥାନୀୟ ଓ ଆନ୍ଧ୍ର ରାଜ୍ୟର ବ୍ଯବସାୟୀ ମାନେ ଆସି ଖୁବ୍ କମ ଦରରେ ଧାନ କିଣି ନେଉଛନ୍ତି । ଏହା ଦ୍ୱାରା ଚାଷୀ ମାନେ ବିଶେଷ କ୍ଷତିଗ୍ରସ୍ତ ହେଉଛନ୍ତି ।

ଏହାକୁ ଦୃଷ୍ଟିରେ ରଖି ଶେରଗଡ ତହସିଲଦାର ଡଃ ଦୟାସିନ୍ଧୁ ପରିଡା ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ,ଚାଷୀ ମାନେ ତାକଂର ଅମଳ ଧାନ ସାଇତି ରଖନ୍ତୁ ଓ ଆସନ୍ତା ଦଶ ଦିନରେ ମଣ୍ଡି ସେବା ସମବାୟ ସମିତି ମାଧ୍ଧମରେ ଖୋଲି ଚାଷୀକଂ ଠାରୁସମସ୍ତ ଧାନ କିଣିବାକୁ ଗଞାମ ଜିଲାପାଳ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ବୋଲି ତହସିଲଦାର ସୂଚନା ଦେଇଛନ୍ତି । ରିପୋର୍ଟ- ଅଖିଳ କୁମାର ପଟ୍ଟନାୟକ