Friday, November 13, 2026
Home ଆଞ୍ଚଳିକ ଶିକ୍ଷା ବିଭାଗର ଅଜବନିତୀ ,ଶିକ୍ଷକ ଶିକ୍ଷୟିତ୍ରୀ ବଦଳି ରେ ଲକ୍ଷ ଲକ୍ଷ ଟଙ୍କା କାରବାର ଜିଲ୍ଲା...

ଶିକ୍ଷା ବିଭାଗର ଅଜବନିତୀ ,ଶିକ୍ଷକ ଶିକ୍ଷୟିତ୍ରୀ ବଦଳି ରେ ଲକ୍ଷ ଲକ୍ଷ ଟଙ୍କା କାରବାର ଜିଲ୍ଲା ପାଳଙ୍କ ଜାଣନ୍ତୁ ରେ ହୋଇଥିବା କହିଛନ୍ତି ଏ ବି ଓ ।

318

ବିଷମକଟକ, ୨୩/୧୨/୨୧ (ଜିଲ୍ଲା ଖବର) : ରାୟଗଡା ଜିଲ୍ଲା ବିଷମକଟକ ବ୍କକ୍ ରେ ଶିକ୍ଷକ ଶିକ୍ଷୟିତ୍ରୀ ବଦଳି ତାଲିକା କୁ ନେଇ କିଛି ଦିନ ଧରି ବିଭିନ୍ନ ଖବର କାଗଜ ରେ ଲକ୍ଷ ଲକ୍ଷ ଟଙ୍କା ଲାଞ୍ଜ କାରବାର ସମ୍ପର୍କରେ ଖବର ପ୍ରଶାରଣ ହୋଇଥିଲେ ମଧ୍ୟ ଶିକ୍ଷା ବିଭାଗ ବା ଜିଲ୍ଲା ପାଳ ଙ୍କ ଦ୍ବାରା କୈଣସି ତଦନ୍ତ କରାଯାଇନଥିବା ରୁ ଶିକ୍ଷକ , ଶିକ୍ଷୟିତ୍ରୀ ଓ ଜନସାଧାରଣ ମନରେ ତିବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏହି ବଦଳି ରେ ଲକ୍ଷ ଲକ୍ଷ ଟଙ୍କା ଲାଞ୍ଜ କାରବାର ହୋଇଥିବା ଅଭିଯୋଗ କରିଛନ୍ତି ଶିକ୍ଷକ ମାନେ। ସେ ତାଙ୍କ ନାମ ଗୋପନ ରଖିବାକୁ ଅନୁରୋଧ କରିଛନ୍ତି ଶିକ୍ଷକ ମାନେ। ସେମାନେ କହିଛନ୍ତି ଯେ ଯଦି ବଦଳି ସମ୍ପର୍କରେ କୈଣସି ସ୍ଥାନରେ ପ୍ରଚାର କରାଯାଏ ତାହେଲେ ସେମାନଙ୍କୁ ମାଓବାଦୀ ପ୍ରବଣ ଇଲାକାରେ ଟ୍ରାସପର କରିଦିଆଯିବ ବୋଲି ଧମକ ମଧ୍ୟ ଦିଆଯାଉ ଥିବା ଅଭିଯୋଗ କରିଛନ୍ତି। କାରଣ ସେମାନେ ସରକାରୀ କର୍ମଚାରୀ ହୋଇ ଥିବାରୁ ଲାଞ୍ଜ କାରବାର ସମ୍ପର୍କରେ ସବୁ ଜାଣି ମଧ୍ୟ ଚୁପ୍ ହୋଇ ରହିଛନ୍ତି। ଏହି ସବୁ ଲାଞ୍ଜ କାରବାର ବିଷମକଟକ ଶିକ୍ଷା ବିଭାଗ ର ଏ ବି ଓ ଶ୍ରୀ ମଦନମୋହନ ପାଣି ଙ୍କ ଦ୍ବାରା କରାଯାଇଥିବା ଅଭିଯୋଗ କରିଛନ୍ତି ଶିକ୍ଷକ ମାନେ। ଏନେଇ ଆମେ ମଦନମୋହନ ପାଣି ଙ୍କୁ ଦୃଷ୍ଟି ଆକର୍ଷଣ କରିବାରୁ ସେ ରାୟଗଡା ଜିଲ୍ଲା ପାଳ ଙ୍କ ଜାଣନ୍ତ ରେ ହୋଇଥିବା କହିଛନ୍ତି।ବିଷମକଟକ ବ୍କକ୍ ଅନ୍ତର୍ଗତ ଡାଲିଆକୁଜି ପଚାୟତ ର ଦ୍ବାରଗୁଡି ୟୁପି ସ୍କୁଲ ପ୍ରଥମ ରୁ ପଞ୍ଚମ ପର୍ଯ୍ୟନ୍ତ ମୋଟ ପିଲା ୧୫ ଜଣ । ସେହି ସ୍ଥାନରେ ଆରମ୍ଭ ରୁ ଗୋଟିଏ ଶିକ୍ଷକ ଗୋଟିଏ ଶିକ୍ଷୟିତ୍ରୀ ରହିଥିଲେ। ସେମାନେ ହେଲେ ହେମନ୍ତ ପଣ୍ଡା ଓ ସିଲି ପଣ୍ଡା। ସେହି ସ୍ଥାନରୁ ସିଲି ପଣ୍ଡା ଙ୍କୁ ଚାଚରା ଗୁଡା କଷ୍ଟ ର କୁ ବଦଳି କରାଯାଇ ଥିବା ବେଳେ ଦ୍ଵାରଗୁଡି ସ୍କୁଲ ରେ ଆଉ ଦୁଇ ଜଣ ଶିକ୍ଷକ ଙ୍କୁ ବଦଳି କରାଯାଇଛି। ଦ୍ବାରଗୁଡି ସ୍କୁଲ ରେ ମୋଟ ପିଲା ୧୫ ଜଣ ରହିଥିବା ବେଳେ ଶିକ୍ଷକ ୩ ଜଣ । ତାହାକୁ ନେଇ ଜନସାଧାରଣ ଓ ଶିକ୍ଷକ ସଂଘ ପକ୍ଷରୁ ତିବ୍ର ନିନ୍ଦା କରାଯାଇଛି। ବନ୍ଦୁଗୁଡା ସ୍କୁଲ ରେ ମୋଟ ପିଲା ୬୦ ରୁ ଅଧିକ ରହିଥିବା ବେଳେ ଶିକ୍ଷକ ୨ ଜଣ ରହିଥିବା ରୁ ସେହି ସ୍ଥାନରେ କାହିଁକି ଶିକ୍ଷକ ନିଯୁକ୍ତି ଦିଆଯାଇ ନାହିଁ ବୋଲି ପୂର୍ବ ତନ ସରପଞ୍ଚ ଶ୍ରୀ ପତି ଉଲାକା ଅଭିଯୋଗ କରିଛନ୍ତି। ଏହି ପରି ବିଷମକଟକ ବ୍କକ୍ ର ସମସ୍ତ ସ୍ଥାନରେ ଏହି ପରି ଦୁର୍ନୀତି ହୋଇଥିବା ଜଣାପଡିଛି। ଏହି ସମ୍ପର୍କରେ ଆମେ ଗଣଶିକ୍ଷା ମନ୍ତ୍ରୀ ସମିର ରଞ୍ଜନ ଦାଶ ଙ୍କୁ ଯୋଗାଯୋଗ କରିବାରୁ ମୁ ଏହି ସମ୍ପର୍କରେ ମୋ ପାଖରେ କୈଣସି ଅଭିଯୋଗ ପହଞ୍ଚି ନାହିଁ ମୁଁ ଏହାର ତଦନ୍ତ ନିଶ୍ଚୟ କରି ଦୋଷୀ ଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବି ବୋଲି କହିଛନ୍ତି ।