ଶାନ୍ତି ବୈଠକ

81

୨୩/୧୨/୨୧ (ଜିଲ୍ଲା ଖବର ) : ଆଉ ଗୋଟେ ଦିନ ପରେ ବଡ଼ଦିନ । ଏହାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ କିଭଳି ଶାନ୍ତି ଶୃଙ୍ଖଳା ର ସହ ବଡ଼ ଦିନ ପାଳନ ହେବ ସେଥିପାଇଁବିଭିନ୍ନ ବ୍ଲକ ସ୍ତରରେ ଶାନ୍ତି କମିଟି ବୈଠକ ସରିଯାଇଥିବା ବେଳେ ଆଜି ଜ଼ିଲ୍ଲା ପ୍ରଶାସନ ପକ୍ଷରୁ ଫୁଲାଣୀଠାରେ ଜ଼ିଲ୍ଲାସ୍ତରୀୟ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଥିଲା ।

ଅତିରିକ୍ତ ଜ଼ିଲ୍ଲାପାଳ ବସନ୍ତ କୁମାର ସାହୁ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଶାନ୍ତି କମିଟି ରେ ଏସ.ପି ଭିନୀତ ଅଗ୍ରୱାଲ, ଉପଜ଼ିଲ୍ଲାପାଳ ବାଲିଗୁଡା ଡ଼ଃ. ଶୁଭଙ୍କର ମହାପାତ୍ର, ଫୁଲବାଣୀ ଉପଜ଼ିଲ୍ଲାପାଳ ଶେଷ ଦେବ ମିଶ୍ର, ଅତିରିକ୍ତ ଏସ ପି.ବିପିନ ବିହାରି ବେହେରା, ପି.ଏ ଆଇ.ଟି.ଡ଼ି.ଏ ଫୁଲବାଣୀ ବୀରେନ୍ଦ୍ର ଦାଶ, ଏସ ଡ଼ି ପି ଓ ବାଲିଗୁଡା ପ୍ରମୁଖ ଉପସ୍ଥିତ ରହିକୋଭିଡ ନିୟମ ପାଳନ କରି ଶାନ୍ତିଶୃଙ୍ଖଳା ର ସହ ବଡ଼ଦିନ ଓ ନୂଆବର୍ଷ ପାଳନ କରିବା ପାଇଁ ପରାମର୍ଶ ଦେଇଥିଲେ l କୋଭିଡ ନିୟମ କୁ କଡାକଡି କରିବା ସହ ଛୋଟ ଚର୍ଚ ରେ 50 ଜଣ ଓ ବଡ ଚର୍ଚ ରେ 100 ଜଣ ଙ୍କୁ ଅନୁମତି ଦିଆଯାଇଛି | ସମସ୍ତେ ମାସ୍କ ପିନ୍ଧିବେ, ସାମାଜିକ ଦୂରତ୍ୱ ବଜାୟ ରଖିବେ, ସାନିଟାଇଜ କରିବା ପ୍ରଶାସନ ପକ୍ଷରୁ କଡା ନିର୍ଧେସ ରହିଛି । ସାଂସ୍କୃତିକ କାର୍ଯ୍ୟକ୍ରମ , ଜ଼ିରୋ ନାଇଟ, ଗହଳି କରିବା ଆଦି ଉପରେ ରହିଛି ସମ୍ପର୍ଣ୍ଣ କଟକଣା ।

ଶାନ୍ତି କମିଟି ରେ ଜ଼ିଲ୍ଲାର ବିଭିନ୍ନ ସମ୍ପ୍ରଦାୟ ର ପ୍ରତିନିଧି ଯୋଗ ଦେଇ ସୁଚିନ୍ତିତ ପରାମର୍ଶ ଦେବା ସହ ଆଉ ବଡ଼ଦିନକୁ ଶାନ୍ତି ଶୃଙ୍ଖଳା ସହ ପାଳନ କରିବା ପାଈଁ ପ୍ରତି ଶୃତି ଦେଇଥିଲେ ।ତେବେ ଏହି ସମୟରେ ଦେଶୀ ଓ ବିଦେଶୀ ମଦ ବିକ୍ରୀ ଉପରେ କଟକଣା ଲଗାଇବାକୁ ମତ ଦେଇଥିଲେ ।ଅନ୍ୟ ମାନ ଙ୍କ ମଧ୍ୟରେ କୁଇ ସମାଜ ସମନ୍ୱୟ ସମିତି ସମ୍ପାଦକ ତଥା ଆଇନଜୀବି ଲମ୍ବୋଦର କହଁର, କୁଇ ସମାଜ ବ୍ଲକ ସଭାପତି ଗୋବିନ୍ଦ ଘଟାଲ, ସଂଖ୍ୟା ଲଘୁ ସମ୍ପ୍ରଦାୟ ରାଇକିଆ ମଜେସ ଡିଗାଲ, ଅନିଲ ବଡ଼ ମାଝୀ ,ସମସ୍ତ ପ୍ରଶାସନିକ ଅଧିକାରୀ, ପୋଲିସ ଅଧିକାରୀ ଓ ଗଣ ମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ । ପ୍ରତେକ୍ୟଥାନାଅଞ୍ଚଳରେ ପୋଲିସପକ୍ଷରୁ କଡ଼ା କଡ଼ି ଯାଞ୍ଚ କରାଯିବ ବୋଲି ଏସପି କହିଛନ୍ତି |