
ଆସିକା , ୨୨/୧୨/୨୧ (ଜିଲ୍ଲା ଖବର ) : ଶତାଧିକା ମହିଳା ମାନେ ପାଣି ପାଇଁ ହାଣ୍ଡି ,ମାଠିଆ ଓ ଗରା ଧରି ରାସ୍ତା ଅବରୋଧ କରିଛନ୍ତି। ଦୀର୍ଘ ବର୍ଷ ଧରି ଏହି ଗ୍ରାମରେ ପାଣି ସମସ୍ୟା ଲାଗି ରହିଥିବାରୁ ଅନ୍ୟ ଗ୍ରାମ ଉପରେ ନିର୍ଭର କରି ଦୂର ଦୂରାନ୍ତକୁ ପାଣି ପାଇଁ ଯାଆନ୍ତି। ଏଥି ସଙ୍ଗେ ସଙ୍ଗେ ବାର ହଜାର ଜନସଂଖ୍ୟା ବିଶିଷ୍ଠ ଏହି ଗାଁ ରାଜ୍ୟସ୍ୱ ଗ୍ରାମର ମାନତ୍ୟ ନମିଳିବା ଅନ୍ୟ ଏକ ସମସ୍ୟାର କାରଣ ହୋଇଛି। ଏବେ ଆଉ ଲୋକେ ଚୁପ ରହିବା ଅବସ୍ଥାରେ ନାହାନ୍ତି।ଏହି ଅଶାନ୍ତି ପ୍ରତିଫଳିତ ହେବ ଆସନ୍ତା ପଂଚାୟତ ନିର୍ବାଚନରେ। ଗାଁକୁ ଆଉ ନେତା ,ମାନ୍ତ୍ରୀ ମାନଙ୍କୁ ପ୍ରବେଶ କରାଇ ଦେବେନି ଏବଂ ଭୋଟ ବର୍ଜନ କରିବା ପାଇଁ ସରକାରଙ୍କୁ ଚେତାବନୀ ଦେଇଛନ୍ତି।
ପ୍ରତିଶୃତି ଓ ପ୍ରତାରଣାକୁ ଆଉ ବରଦାସ୍ତ କରାଯିବ ନାହିଁ।ଦାବି ହାସଲ ନହେଲେ ଭୋଟ ବର୍ଜନ କରିବାକୁ ଆମେ ବାଧ୍ୟ ହେବୁ।ଗୋଟିଏ ପଟେ ରାଜ୍ୟସ୍ୱ ଗ୍ରାମର ଦାବୀ ଅନ୍ୟ ପଟେ ପାଣି ସମସ୍ୟା। ତାହା ସାଙ୍ଗକୁ ରାସ୍ତାଘାଟ ନାଳ ନର୍ଦମା ଭଳି ଅନେକ ମୌଳିକ ସମସ୍ୟା ଥିବାରୁ ଏହା ହେଉଛି ଅସନ୍ତୋଷର ବହ୍ନି।ଭୋଟ ପାଇଁ ନେତା ମାନେ ଗ୍ରାମକୁ ଆସିଲେ ଚପଲ ମାଡ ହେବ ବୋଲି କହିଛନ୍ତି ଗ୍ରାମର ମହିଳା।

ବହୁ ଦୂରଦୁରାନ୍ତରୁ ପାଣି ଆଣିବା ବୁଢାବୁଢ଼ିଙ୍କ ପାଇଁ ମୁଖ୍ୟ ସମସ୍ୟା ସାଜିଛି। ଘରଘରକୁ ପାଣି ଯୋଗାଇବା ପାଇଁ ସରକାରଙ୍କ ଯୋଜନା ଏଠାରେ ଫେଲ ମାରିଛି। ନୂଆଗାଁ ରାଜସ୍ବ ଗ୍ରାମରେ ଅନ୍ତର୍ଭୂତ ହୋଇ ନଥିବାରୁ ଏଠାରେ ପାଣି ପଂଚାୟତ ଗଠନ ମଧ୍ୟ ହୋଇପାରିନି।ଏତତ ବ୍ୟତୀତ ବହୁବିଦ୍ଧ ସମସ୍ୟା ଉପରେ ସରକାର, ନେତା ଓ ପ୍ରଶାସନିକ ଅଧିକାରୀଙ୍କ ଦୃଷ୍ଟିକୁ ଯାଉନଥିବାରୁ ଭୋଟ ବର୍ଜନ କରିବାକୁ ଶେଷ ରାସ୍ତା ବୋଲି ଆପଣାଇଛନ୍ତି ଗ୍ରାମଲୋକ।


