
ଗଞ୍ଜାମ , ୨୨/୧୨/୨୧ (ଜିଲ୍ଲା ଖବର ) : ଗଞ୍ଜାମ ଜିଲ୍ଲା ମା ଶ୍ୟାମଳଇ ପୀଠ ପରିସରରେ ପୂର୍ବଖଣ୍ଡ ତାଲୁକା ରଜକ ସମାଜ ର ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି l

ସମାଜର ସଭାପତି ରମେଶ ଚନ୍ଦ୍ର ସେଠି ଙ୍କ ସଭାପତିତ୍ୱରେ ସଭା ଅନୁଷ୍ଠିତ ହୋଇଥିବା ବେଳେ କୌଳିକ ଓ ସାମାଜିକ ନ୍ୟାୟରୁ ବଞ୍ଚିତ ଥିବା
ଆସିକା ଅଞ୍ଚଳର ରଜକ ସମାଜର କିଛି ବ୍ୟକ୍ତି ମାନଙ୍କୁ ବିଧିବଦ୍ଧ ଭାବେ ପୂର୍ବଖଣ୍ଡ ତାଲୁକା ରେ ଥଇଥାନ କରାଯାଇ କିଭଳି ସଂଗଠନ କୁ ସୁଦୃଢ କରାଯିବ ତାହାକୁ ନେଇ ଆଲୋଚନା କରାଯାଇଥିଲା l ଏହା ସହିତ ପୂର୍ବଖଣ୍ଡ ତାଲୁକାର ନୂତନ କର୍ମକର୍ତା ଚୟନ କରାଯାଇଥିଲା l

ଅନ୍ୟପଟେ ନୂତନ ଭାବେ ଆସିକା ଖମ୍ବେଶ୍ବରୀ ପାଟଣା କମିଟି ଗଠନ କରାଯାଇ ସେଥିରେ ଅନୁଜ କୁମାର ବେହେରା, କିଶୋର କୁମାର ବେହେରା, ଦେବେନ୍ଦ୍ର ବେହେରା ଓ ସଞ୍ଜୟ କୁମାର ବେହେରା ଙ୍କୁ କମିଟି ସଦସ୍ୟ ଭାବେ ସାମିଲ କରାଯାଇ ଥିବା ବେଳେ ଏହି ଅବସରେ ଗଞ୍ଜାମ ଜିଲ୍ଲା ପୂର୍ବଖଣ୍ଡ ତାଲୁକା ରଜକ ସମାଜ ର ସଭାପତି ରମେଶ ଚନ୍ଦ୍ର ସେଠି, ଉପସଭାପତି କାମ୍ପ ସେଠୀ, ମୁଠା ସଭାପତି ପ୍ରହ୍ଲାଦ ସେଠୀ, ରବୀନ୍ଦ୍ର ସେଠୀ, ପିତାମ୍ବର ସେଠୀ ଙ୍କ ସମେତ ଶ୍ୟାମଳାଇ ମୁଠା ର ସମ୍ପାଦକ ରାଜେନ୍ଦ୍ର ସେଠୀ ଉପସ୍ଥିତ ରହିଥିଲେ l


