Sunday, November 15, 2026
Home ଆଞ୍ଚଳିକ ଆସିକା ବିଜ୍ଞାନ ମହାବିଦ୍ୟାଳୟ ଇଁରାଜୀ ଭାଷା ସାହିତ୍ୟ ବିଭାଗର ସ୍ବାଗତ ସମ୍ବର୍ଦ୍ଧନା ଦିବସ ଏବଂ ପାଠଚକ୍ର

ଆସିକା ବିଜ୍ଞାନ ମହାବିଦ୍ୟାଳୟ ଇଁରାଜୀ ଭାଷା ସାହିତ୍ୟ ବିଭାଗର ସ୍ବାଗତ ସମ୍ବର୍ଦ୍ଧନା ଦିବସ ଏବଂ ପାଠଚକ୍ର

126


ଆସିକା , ୨୨/୧୨/୨୧ (ଜିଲ୍ଲା ଖବର ) : ଆସିକା ବିଜ୍ଞାନ ମହାବିଦ୍ୟାଳରେ ଇଁରାଜୀ ଭାଷା ସାହିତ୍ୟ ବିଭାଗ ତରଫରୁ ଯୁକ୍ତ ତିନି ପ୍ରଥମ ବର୍ଷ ଛାତ୍ରଛାତ୍ରୀ ମାନଙ୍କ ପାଇଁ ସ୍ବାଗତ ସମ୍ବର୍ଦ୍ଧନା ଦିବସ ଏବଂ ପାଠଚକ୍ର ନିରାଡମ୍ବର ପରିବେଶରେ ହୋଅଯାଇଛି। ଏହି ଅବସରରେ କଲେଜ ଅଧ୍ୟକ୍ଷ ଡ. ଜୀବାନନ୍ଦ ତ୍ରିପାଠୀ, ପ୍ରଶାସନିକ ଅଧିକାରୀ ପ୍ରଫେସର କେଦାରନାଥ ପଣ୍ଡା ମୁଖ୍ୟ ଅତିଥି ଏବଂ ବକ୍ତା ରୂପେ ଯୋଗଦାନ କରିଥିଲେ। ଇଁରାଜୀ ବିଭାଗ ମୁଖ୍ୟ ଶାଶ୍ବତ ମିଶ୍ର ସଭା ସଂଚାଳନ କରିଥିଲେ ଏବଂ ଅଧ୍ୟାପିକା କୁମାରୀ ପଦ୍ମା ମଲ୍ଲିକ ଅତିଥି୍ ପରିଚୟ ପ୍ରଦାନ କରିଥିଲେ।

ପାଠଚକ୍ରର ସଂଦର୍ଭ ଥିଲା – “ଆଜିର ଯୁଗରେ ସେକ୍ସପିଅରଙ୍କ ପ୍ରାସଙ୍ଗିକତା” । ଇଁରାଜୀ ଭାଷାସାହିତ୍ୟକୁ ସମୃଦ୍ଧ କରିବା ସହ ନିଜ ଯୋଗ୍ୟତାକୁ ମଧ୍ୟ ଇଁରାଜୀ ଭାଷା ସାହିତ୍ୟ ଦ୍ବାରା ଗଠନ କରିବା ପାଇଁ ସମସ୍ତ ଅତିଥି ଇଁରାଜୀ ବିଭାଗୀୟ ଛାତ୍ରଛାତ୍ରୀମାନଙ୍କୁ ନିଜର ଆର୍ଶିବଚନରେ ବିବୃତି ରଖିଥିଲେ। ବିଭାଗୀୟ ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ଇଁରାଜୀ ଭାଷାସାହିତ୍ୟର ମହାନ୍ ନାଟକକାର ସେକ୍ସପିଅରଙ୍କ ଜୀବନୀ ଏବଂ କୃତିତ୍ବ ବିଷୟରେ ଆଲୋକପାତ କରାଯାଇଥିଲା। ବିଭାଗୀୟ ମୁଖ୍ୟ ମଧ୍ୟ ନିଜ ବକ୍ତବ୍ୟରେ ସେକ୍ସପିଅରଙ୍କ ଦର୍ଶନକୁ ଗଳ୍ପମାଧ୍ୟମରେ ପ୍ରକାଶ କରିଥିଲେ। ପରିଶେଷରେ ଇଁରାଜୀ ଅଧ୍ୟାପକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।