Thursday, November 12, 2026
Home ଆଞ୍ଚଳିକ ଗୁଣପୁର ମହାବିଦ୍ୟାଳୟରେ ଜାତୀୟ ଗଣିତ ଦିବସ ପାଳନ |

ଗୁଣପୁର ମହାବିଦ୍ୟାଳୟରେ ଜାତୀୟ ଗଣିତ ଦିବସ ପାଳନ |

109

ରାୟଗଡା, ୨୨/୧୨/୨୧ (ଜିଲ୍ଲା ଖବର ) : ରାୟଗଡ଼ା ଜିଲ୍ଲା ଗୁଣପୁର ମହାବିଦ୍ୟାଳୟର ଗଣିତ ବିଭାଗ ତରଫରୁ ଜାତୀୟ ଗଣିତ ଦିବସ ପାଳିତ ହୋଇଯାଇଛି | ଏହି ଦିବସ ଅବସରରେ ଗତ ୧୮.୧୨.୨୦୨୧ ରେ ମହାବିଦ୍ୟାଳୟର ଅଧକ୍ଷ ଶ୍ରୀ ବାମଦେବ ମିଶ୍ର, ପ୍ରାଧ୍ୟାପକ ଶ୍ରୀ ଶଶିଭୂଷଣ ମହାନ୍ତି, ଶ୍ରୀ ସୂର୍ଯ୍ୟ ନାରାୟଣ ପଣ୍ଡା, ଶ୍ରୀ ଗୁଡ୍‌ଲା ମହେଶ୍ଵର ରାଓ, ଶ୍ରୀ ରାମଚନ୍ଦ୍ର ପଣ୍ଡା ଙ୍କ ଉପସ୍ଥିତି ରେ କେତେକ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା |


ଆଜି ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ବାମଦେବ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ସଭାର ଆୟୋଜନ କରାଯାଇ କୃତି ଛାତ୍ର ଛାତ୍ରୀ ଯଥା- ସାମସନ, ଅରୁଣ, ରେବତୀ, ଶକ୍ତିମୟ, ଲିଖିତା,ସ୍ନିଗ୍ଧା ରାଣୀ ଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା |

ଉକ୍ତ ଦିବସରେ ମହାନ ଗଣିତଜ୍ଞ ଶ୍ରୀ ଶ୍ରୀନିବାସ ରାମାନୁଜନଙ୍କ ଜୀବନୀ ବିଷୟରରେ ପ୍ରାଧ୍ୟାପକ ଶ୍ରୀ ଶଶିଭୂଷଣ ମହାନ୍ତି ଆଲୋକପାତ କରିଥିବା ବେଳେ ପଦାର୍ଥ ବିଜ୍ଞାନ ପ୍ରାଧ୍ୟାପକ ଶ୍ରୀ ସୂର୍ଯ୍ୟ ନାରାୟଣ ପଣ୍ଡା ପଦାର୍ଥ ବିଜ୍ଞାନରେ ଶ୍ରୀ ରାମାନୁଜନଙ୍କ ସୂତ୍ର ଗୁଡ଼ିକର ଉପାଦେୟତା ବିଷୟରେ କହିଥିଲେ।ପ୍ରାଧ୍ୟାପକ ଶ୍ରୀ ରାମଚନ୍ଦ୍ର ପଣ୍ଡା ଓ ଶ୍ରୀ ମହେଶ୍ଵର ରାଓ ରାମାନୁଜଙ୍କୁ ନିଜ ଜୀବନର ଆଦର୍ଶ ଭାବେ ଗ୍ରହଣ କରି ନିଜ ଜୀବନ କୁ ସଫଳ କରିବା ପାଇଁ ଉତ୍ସାହିତ କରିଥିଲେ |

ବିଭାଗୀୟ ମୁଖ୍ୟ ଶ୍ରୀ ଅମିୟ ରଞ୍ଜନ ମହାନ୍ତି ଭାରତର ମହାନ ଗଣିତଜ୍ଞ ମାନଙ୍କ ସ୍ମୃତିଚାରଣ କରିବା ସହ ଛାତ୍ରଛାତ୍ରୀମାନଙ୍କୁ ନିଜର ପୂର୍ବ ପୁରୁଷ ମାନଙ୍କ ପରି ସଫଳ ଗଣିତଜ୍ଞ ହେବା ପାଇଁ ପ୍ରବର୍ତ୍ତାଇ ଥିଲେ | ଅଧ୍ୟାପିକା ଦୀପିକା ପଟ୍ଟନାୟକ ଓ ଅଧ୍ୟାପକ ଜୀତେନ୍ଦ୍ର ବଡ ମୁଣ୍ଡି ସଭାର ସୁପରିଚାଳନା କରିଥିଲେ | ଛାତ୍ରୀ ଲାଡ଼ି ଅକ୍ଷୟା ଓ ଛାତ୍ର ଚନ୍ଦ୍ରକାନ୍ତ ପାଣିଗ୍ରାହୀ ସୁଚାରୁରୂପେ ମଞ୍ଚ ପରିଚାଳନା କରିଥିଲେ | ଶେଷରେ ଧନ୍ୟବାଦ ଅର୍ପଣ କରାଯାଇଥିଲା |