୫ ଦିନ ଘଟଗାଁ ତାରିଣୀ ଦର୍ଶନ ବନ୍ଦ, ଜାଣନ୍ତୁ କେବେଠାରୁ ?

96

କେନ୍ଦୁଝର,୨୧/୧୨/୨୧ (ଜିଲ୍ଲା ଖବର ) : ସମ୍ଭାବ୍ୟ ଭିଡ଼ ଆଶଙ୍କାରେ ଘଟଗାଁ ତାରିଣୀ ମନ୍ଦିରରେ କଟକଣା ଲଗାଯାଇଛି । ଡିସେମ୍ବର ୨୫, ୨୬, ୩୧ ଓ ଜାରୁଆରୀ ୧,୨ ତାରିଖରେ ମା’ଙ୍କ ଦର୍ଶନ ବନ୍ଦ ରହିବ । ୫ ଦିନ ମନ୍ଦିର ବନ୍ଦ ରହିବା ନେଇ ଟ୍ରଷ୍ଟ ବୋର୍ଡ ସଭାପତି ସୂଚନା ଦେଇଛନ୍ତି । ଏହି ୫ ଦିନ ସାଧାରଣ ଭକ୍ତମାନଙ୍କ ପାଇଁ ମା’ଙ୍କ ଦର୍ଶନ ବନ୍ଦ ରହିବ ।

ତେବେ ରାଜ୍ୟରେ କରୋନା ମାମଲା ବଢ଼ିଥିବା ବେଳେ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୨ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିଛି । ୨ ଜଣଙ୍କଠାରେ ଓମିକ୍ରନ ଭାରିଆଣ୍ଟ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ୨ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ନେଇ ଆଇଏଲଏସ ପକ୍ଷରୁ ସୂଚନା ଦିଆଯାଇଛି । ସେମାନଙ୍କ ମଧ୍ୟରୁ ଜଣେ ନାଇଜେରିଆ ଓ ଜଣେ କତାରରୁ ଓଡ଼ିଶାକୁ ଫେରିଥିଲେ ।