Sunday, October 11, 2026
Home ଅପରାଧ ଫୋନ୍ ଚୋରି ହୋଇଗଲେ ଏପରି କରନ୍ତୁ ପେଟିଏମ୍ ଆକାଉଣ୍ଟ୍ ବ୍ଲକ୍, ଜାଣନ୍ତୁ ଷ୍ଟେପ୍ ବାଇ ଷ୍ଟେପ୍

ଫୋନ୍ ଚୋରି ହୋଇଗଲେ ଏପରି କରନ୍ତୁ ପେଟିଏମ୍ ଆକାଉଣ୍ଟ୍ ବ୍ଲକ୍, ଜାଣନ୍ତୁ ଷ୍ଟେପ୍ ବାଇ ଷ୍ଟେପ୍

46

୨୧/୧୨/୨୧ (ଜିଲ୍ଲା ଖବର ) : ମୋବାଇଲ୍ ଫୋନ୍ ଆଜିକା ସମୟରେ ଆମର ସବୁଠାରୁ ଜରୁରୀ ଜିନିଷ ପାଲଟିଛି । ପାଖାପାଖି ପ୍ରତିଟି ବ୍ୟକ୍ତିଙ୍କ ପାଖରେ ଆଜିକାଲି ସ୍ମାର୍ଟଫୋନ୍ ରହିଛି । ଛୋଟ ପିଲାମାନେ ମଧ୍ୟ ମୋବାଇଲ୍ ଫୋନ୍ ଦ୍ୱାରା ବିଭିନ୍ନ ପ୍ରକାରର କାର୍ଯ୍ୟ କରିପାରୁଛନ୍ତି । ଫଟୋ କ୍ଲିକ୍ କରିବା ଠାରୁ ଆରମ୍ଭ କରି ବ୍ୟାଙ୍କ ସମ୍ପର୍କିତ କାର୍ଯ୍ୟ ମଧ୍ୟ ଫୋନ୍ ସହାୟତାରେ ସହଜରେ ହୋଇପାରୁଛି । ଆଜିକାଲି ବିଭିନ୍ନ ଟଙ୍କା ନେଣ ଦେଣ କରାଯାଇପାରୁଥିବା ଆପ୍ ସାହାଯ୍ୟରେ ଆମେ ପେମେଣ୍ଟ୍ ଆଦି କରିଥାଉ । ଏହିସବୁ ୟୁପିଆଇ ପେମେଣ୍ଟ ଜରିଆରେ ହୋଇଥାଏ ।

ତେବେ ଏହି ଆପ୍ ସବୁ ମଧ୍ୟ ପେଟିଏମ୍ ଆପ୍ ମଧ୍ୟ ରହିଛି । ହେଲେ ଆପଣ ମାନେ କେବେ ଭାବିଛନ୍ତି କି ଯଦି କୌଣସି କାରଣରୁ ଆପଣଙ୍କ ଫୋନ୍ ଚୋରି ହୋଇଯାଏ ତେବେ ଆପଣ କଣ କରିବେ ? କିପରି ପେଟିଏମ୍ ଆକାଉଣ୍ଟକୁ ବ୍ଲକ୍ କରିବେ? କାରଣ ଫୋନ୍ ଚୋରି ହେବା ଦ୍ୱାରା ଆପଣଙ୍କ ଫେଟିଏମ୍ ଆପ୍ ର ଭୂଲ୍ ବ୍ୟବହାର ହୋଇପାରେ । ଚୋର ଆପଣଙ୍କ ଆକାଉଣ୍ଟ୍ ଖାଲି ମଧ୍ୟ କରିଦେଇପାରେ । ତେବେ ଚାଲନ୍ତୁ ଜାଣିବା ଫୋନ୍ ଚୋରି ହେଲେ କିପରି ପେଟିଏମ୍ ଆକାଉଣ୍ଟକୁ ବ୍ଲକ୍ କରିବେ ।

୧. ଚୋରି ହୋଇଥିବା ମୋବାଇଲ୍ ରୁ ପେଟିଏମ୍ ଆପ୍ ଡିଆକ୍ଟଭେଟ୍ କରିବା ପାଇଁ ସବୁଠାରୁ ପ୍ରଥମେ ଆପଣଙ୍କୁ ଅନ୍ୟ ଜଣଙ୍କ ଫୋନ୍ ରେ ପେଟିଏମ୍ ଆପ୍ ଡାଉନଲୋଡ୍ କରିବାକୁ ହେବ ।

୨. ସେଥିରେ ଆପଣ ନିଜର ଆକାଉଣ୍ଟକୁ ଲଗ୍ ଇନ୍ କରିବା ପଡ଼ିବ । ଅର୍ଥାତ୍ ଆପଣ ନିଜର ଆଇଡି, ପାସୱାର୍ଡ ଓ ମୋବାଇଲ୍ ନମ୍ବର ଦେବାକୁ ହେବ । ଲଗ୍ -ଇନ୍ ହେବା ପରେ ଆପଣ ପ୍ରଥମେ ହେମବର୍ଗର୍ ମେନୁ କୁ ଯିବାକୁ ପଡ଼ିବ । ଏଠାରେ ଆପଣ ସିକ୍ୟୁରିଟି ଓ ପ୍ରାଇଭେସି ସେକ୍ସନ୍ ଉପରେ କ୍ଲିକ୍ କରିବେ ।

୩. ଏବେ ଆପଣ ମ୍ୟାନେଜ ଆକାଉଣ୍ଟ୍ ଅନ୍ ଅଲ୍ ଡିଭାଇସ୍ ବିକଳ୍ପକୁ ଚୟନ କରିବାକୁ ପଡ଼ିବ । ଏଠାରେ ପଚରାଯିବ କଣ ଆପଣ ଆକାଉଣ୍ଟ ଲଗ୍ ଆଉଟ୍ କରିବାକୁ ଚାହୁଁଛନ୍ତି? ସେଠି ଆପଣଙ୍କୁ ହଁ ଅର୍ଥାତ୍ ୟେସ୍ ଅପସନ୍ ବାଛିବାକୁ ହେବ । ଏତିକି କରିବା ପରେ ଆପଣଙ୍କ କାମ ହୋଇଯିବ । ଆକାଉଣ୍ଟ ଡି-ଆକ୍ଟିଭେଟ୍ ହୋଇଯିବ ।