ନିଆଁ ପୁଇଁବା ବେଳେ ଜଳିଗଲେ ବୃଦ୍ଧା, ହୋଇଗଲା ମୃତ୍ୟୁ

59

ଦେବଗଡ଼, ୨୧/୧୨/୨୧ (ଜିଲ୍ଲା ଖବର ) : ନିଆଁ ପୁଇଁବା ବେଳେ ପୋଡ଼ି ହୋଇ ଜଣେ ବୃଦ୍ଧାଙ୍କର ମୃତ୍ୟୁ ହୋଇଯାଇଛି । ଏହିଭଳି ଏକ ଖବର ଶୁଣିବାକୁ ମିଳିଛି ଦେବଗଡ଼ ଜିଲ୍ଲାରୁ । କଂସର ଫାଣ୍ଡି ଲଇଣ୍ଡା ଗାଁରେ ନିଆଁ ପୁଇଁବା ବେଳେ ଏହି ଦୁଃଖଦ ଘଟଣା ଘଟିଛି । ଅସାବଧାନତା କାରଣରୁ ବୃଦ୍ଧାଙ୍କ ଲୁଗାରେ ହଠାତ୍ ନିଆଁ ଲାଗିଯାଇଥିଲା । ଆଉ ଦେଖୁ ଦେଖୁ ପୂରା ଶରୀରରେ ନିଆଁ ବ୍ୟାପିଯାଇଥିଲା । ଫଳରେ ସେ ଜୀଅନ୍ତା ଜଳିଯାଇଥିଲେ । ତିଲେଇବଣି ସ୍ୱାସ୍ଥ୍ୟକେନ୍ଦ୍ରରେ ବୃଦ୍ଧାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର ।