ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବିଭତ୍ସ ହତ୍ୟାକାଣ୍ଡ

64

ବାଲେଶ୍ୱର,୨୧/୧୨/୨୧ (ଜିଲ୍ଲା ଖବର ) :  ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବିଭତ୍ସ ହତ୍ୟାକାଣ୍ଡ । ବାଲେଶ୍ୱର ସହଦେବଖୁଣ୍ଟା ଥାନା ଗଳାପୋଲ ନିକଟରେ ଘଟିଛି ଏହି ହତ୍ୟାକାଣ୍ଡ ।  ଯୁବକଙ୍କ ଶରୀରରେ ଏକାଧିକ ବାର ଛୁରୀରେ ଆକ୍ରମଣ କରି ହତ୍ୟା କରାଯାଇଛି ।  

ଯୁବକ ଜଣକ ହେଲେ ଗଳା ପୋଲ ଅଞ୍ଚଳର ରବି ସିଂ । ସେ ସ୍ଥାନୀୟ ଅଞ୍ଚଳରେ ମାଛ ବେପାର କରନ୍ତି । ତେବେ ହତ୍ୟାକାଣ୍ଡର ପ୍ରକୃତ କାରଣ ଜଣାପଡି ନଥିବାବେଳେ ପୋଲିସ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ।  ତେବେ ପୂର୍ବ ଶତ୍ରୁତାକୁ ନେଇ ହତ୍ୟାକାଣ୍ଡ ହୋଇଥିବା ସୂଚନା ମିଳିଛି ।