Home ଆଞ୍ଚଳିକ ସାହିତ୍ୟ ଏକାଡେମୀ ତରଫରୁ ମୋ ଗାଁ ମୋ ସାହିତ୍ୟ

ସାହିତ୍ୟ ଏକାଡେମୀ ତରଫରୁ ମୋ ଗାଁ ମୋ ସାହିତ୍ୟ

282

ଆସିକା (ଜିଲ୍ଲା ଖବର) : ଏକ ସୌହାର୍ଦ୍ଦ୍ୟପୁର୍ଣ୍ଣ ବାତାବରଣରେ ଅନୁଷ୍ଠିତ ହୋଇଯାଇଛି ଓଡିଶା ସାହିତ୍ୟ ଏକାଡ଼େମୀ ତରଫରୁ ମୋ ଗାଁ ମୋ ସାହିତ୍ୟ। ଗଞ୍ଜାମ ଜିଲ୍ଲା ପିତଳ ଗ୍ରାମ ନିକଟସ୍ଥ କରେଞ୍ଜେଇ ପୀଠରେ ଗ୍ରାମାଞ୍ଚଳରେ ଥିବା କବି ତଥା ସାହିତ୍ୟିକ ମାନଙ୍କୁ ନେଇ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଲୋକ ସାହିତ୍ୟ, ବିଭିନ୍ନ ଗ୍ରାମାଞ୍ଚଳ ସଙ୍ଗୀତ ଏବଂ ଢଗଢମାଳି ଆଦିର ନିଆରା ଲେଖା ଲୋକଲୋଚନକୁ ଆସିଥିଲା।ଓଡ଼ିଶା ସାହିତ୍ୟ ଏକାଡ଼େମୀର ସଦସ୍ୟ ଶ୍ରୀ ସୁଶାଂତ ଦାସଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ପରିଚାଳିତ ହୋଇଥିବା ସ୍ଥଳେ କବି ଶ୍ରୀ ଚିନ୍ମୟ ରଞ୍ଜନ ମିଶ୍ର ଉକ୍ତ କାର୍ଯ୍ୟକ୍ରମକୁ ସଂଗଠିତ କରିଥିଲେ।
ଓଡ଼ିଶା ସାହିତ୍ୟ ଏକାଡ଼େମୀ ସଦସ୍ୟ ତଥା କବି ସୁଶାନ୍ତ କୁମାର ଦାସ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମ କୁ ପ୍ରଫେସର ଅରବିନ୍ଦ ପଣ୍ଡା ପ୍ରଦୀପ ପ୍ରଜ୍ଜଳନ କରି ଉଦ୍ଘାଟନ କରିଥିଲେ। ରଜନୀକାନ୍ତ ପାଢୀ, ଲକ୍ଷ୍ମୀନାରାୟଣ ପଟ୍ଟନାୟକ , ଅଧ୍ୟାପକ ସଞ୍ଜୟ କୁମାର ଷଡଙ୍ଗୀ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଥିଲେ। ଚିନ୍ମୟ ରଞ୍ଜନ ମିଶ୍ର ସ୍ବାଗତ ଭାଷଣ ପ୍ରଦାନ ଓ ସଂଯୋଜନା କରିଥିଲେ।
କୈଳାଶ ନାଥ ସ୍ବାଇଁ, କପିଳ ଚନ୍ଦ୍ର ମହାନ୍ତି, ପ୍ରଫୁଲ୍ଲ କୁମାର ତ୍ରିପାଠୀ, କବିତା ପାଠ କାର୍ଯ୍ୟକ୍ରମ ରେ ଅତିଥି ଭାବେ ଯୋଗଦେଇ ,ସୁଧାଞ୍ଜଳି ମିଶ୍ର, ଯୁଗଳ କିଶୋର ସାହୁ, ଦୀପ୍ତିଲେଖା ମିଶ୍ର, ରତ୍ନାକର ସିୟ କବିତା ସଂଯୋଜନା କରିଥିବା ବେଳେ ଗୋଷ୍ଠୀ ଦୀପ୍ତିମିତା ମହାପାତ୍ର ଓ ଧନ୍ୟବାଦ ଅର୍ପଣ କରିଥିଲେ। ନିରାକାର ବିଷୋୟୀ ଓ ଭାସ୍କର ଚନ୍ଦ୍ର ରାଉତ ଙ୍କ ସହ ସମେତ ଅନ୍ୟ ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରୁ ବହୁ ବରିଷ୍ଠ କବି ଯୋଗଦେଇଥିଲେ।

ରିପୋର୍ଟ ରତ୍ନାକର ଶିଅ