ପ୍ରବଳ ତୁଷାରପାତ, ଜାଡ଼ରେ ଥରୁଛି ସମ୍ବଲପୁର

71

ସମ୍ୱଲପୁର,୨୧/୧୨/୨୧ (ଜିଲ୍ଲା ଖବର ) : ଜାଡ଼ରେ ଥରୁଛି ସମ୍ବଲପୁର । ପ୍ରବଳ ଶୀତ ଲହରୀ ଲାଗି ରହିଥିବା ବେଳେ ଲୋକେ ନାହିଁ ନଥିବାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସକାଳ ୮ଟା ପୂର୍ବରୁ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି । ଆଜି କୁଚିଣ୍ଡା ଉପଖଣ୍ଡ ଜରାବଗା ପଞ୍ଚାୟତର ବିଭିନ୍ନ ସ୍ଥାନରେ ତୁଷାରପାତ ହୋଇଥିବା ଦେଖିବାକୁ ମିଳିଥିଲା ।

ଜମି ଗୁଡ଼ିକରେ ମୋଟା ଧଳା ରଙ୍ଗର ଚାଦର ଘୋଡାଇ ହୋଇଥିବା ଦେଖିବାକୁ ମିଳିଛି। କୁଚିଣ୍ଡା ସହରାଞ୍ଚଳ ତାପମାତ୍ରା ୫ରୁ ୬ ଡିଗ୍ରୀ ରହୁଥିବା ବେଳେ ଗ୍ରାମାଞ୍ଚଳରେ ଏହା ଆହୁରି କମୁଥିବା ଦେଖିବାକୁ ମିଳିଛି।