Saturday, November 14, 2026
Home ଆଞ୍ଚଳିକ ଖସୁଛି ପାରଦ, ୫ ଦିନ ହେଲା ଜାଡରେ ଥରୁଛି ଓଡ଼ିଶା

ଖସୁଛି ପାରଦ, ୫ ଦିନ ହେଲା ଜାଡରେ ଥରୁଛି ଓଡ଼ିଶା

27

୨୧/୧୨/୨୧ (ଜିଲ୍ଲା ଖବର ) : ପ୍ରବଳ ଜାଡରେ ଥରୁଛି ଓଡିଶା । ଗତ ୫ ଦିନ ହେଲା, ରାଜ୍ୟରେ ପ୍ରବଳ ଶୀତ ଅନୁଭୂତ ହେବା ସହ ଥଣ୍ଡା ପବନ ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି । ରାଜ୍ୟକୁ କ୍ରମାଗ୍ରତ ଉତ୍ତର ଦିଗରୁ ପ୍ରବେଶ କରୁଥିବା ଥଣ୍ଡା ଓ ଶୁଷ୍କ ବାୟୁ ପ୍ରଭାବ ଯୋଗୁଁ ଶୀତ ବଢିଛି। ଆଗକୁ ଆହୁରି 2 ଦିନ ପ୍ରବଳ ଥଣ୍ଡା ନେଇ ପାଣିପାଗ ବିଭାଗ ପକ୍ଷରୁ  ସତର୍କ ସୂଚନା ଜାରି କରାଯାଇଛି ।

୧୪ ଜିଲ୍ଲା ପାଇଁ ୟୋଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସୁନ୍ଦରଗଡ, ଝାରସୁଗୁଡା, ବରଗଡ, କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ବର, ସୋନପୁର, ବୌଦ୍ଧ, କନ୍ଧମାଳ, ଭଦ୍ରକ, ଅନୁଗୁଳ, ଢେଙ୍କାନାଳ, ଦେବଗଡ, ଓ ସମ୍ବଲପୁର ଜିଲ୍ଲା ପାଇଁ ୟୋଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।  ଏହି ସବୁ ଜିଲ୍ଲାବାସୀଙ୍କୁ ସକାଳୁ ସକାଳୁ ଘରୁ ନବାହାରିବାକୁ ପରାମର୍ଶ ଦିଆଯାଇଛି। ସେପଟେ ସୋମବାର ରାଜ୍ୟର ୧୩ଟି ସ୍ଥାନରେ ସର୍ବନିମ୍ନ ରାତିର ତାପମାତ୍ରା ୧୦ ଡିଗ୍ରି ତଳେ ରେକର୍ଡ କରାଯାଇଛି ।

ଏ ବର୍ଷର ସର୍ବନିମ୍ନ ତାପମାତ୍ରା ଦାରିଙ୍ଗବାଡ଼ିରେ ରେକର୍ଡ ହୋଇଛି । ଏଠାରେ ରାତିର ତାପମାତ୍ରା ୪ ଡିଗ୍ରି ରହିବା ସହ ଦାରିଙ୍ଗିବାଡ଼ି ସବୁଠୁ ଥଣ୍ଡା ସହର ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।