
୨୧/୧୨/୨୧ (ଜିଲ୍ଲା ଖବର ) : ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକରେ ମନରେଗା ଯୋଜନାରେ ବ୍ୟାପକ ଦୁର୍ନୀତି ନେଇ ହୋଇଥିବା ଅଭିଯୋଗର ହେବ ତଦନ୍ତ । କେନ୍ଦ୍ର ପଞ୍ଚାୟତିରାଜ ଏବଂ ଗ୍ରାମ ଉନ୍ନୟନ ବିଭାଗ ପକ୍ଷରୁ ଦାୟିତ୍ୱ ପାଇଥିବା ଆନ୍ଧ୍ରପ୍ରଦେଶର ଏକ ଘରୋଇ ସଂସ୍ଥା 21 ରୁ24 ତାରିଖ ମଧ୍ୟରେ ମନରେଗା ମହାଦୁର୍ନୀତିର ତଦନ୍ତ କରିବ । ବିଞ୍ଝାରପୁର ବ୍ଲକର ଫତେପୁର ସିଂହପୁର, ଜରୀ, ବାଙ୍ଗରା ଓ ଅନ୍ୟାନ୍ୟ ପଂଚାୟତ ଯାଇ ସରଜମିନ ତଦନ୍ତ କରିବ ଟିମ। ବିଜେପି ଜିଲ୍ଲା ମହିଳା ସଭାନେତ୍ରୀ ବବିତା ମଲ୍ଲିକ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଜରିଆରେ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ବିଭାଗ ନିକଟରେ ଅଭିଯୋଗ କରି ଘଟଣାର ତଦନ୍ତ କରିବାକୁ ଅନୁରୋଧ କରିଥିଲେ।
ଫସିବେ ମିଥ୍ୟା ବିଲ କରିଥଇବା ଅସାଧୁ କର୍ମଚାରୀ ଓ ଠିକାଦାର। ବିଞ୍ଝାରପୁର ବ୍ଲକରେ ମନରେଗା ନାଁରେ ଅର୍ଥ ହରିଲୁଟ କରି କିଛି ସ୍ଥାନୀୟ ନେତା ଓ ସରକାରୀ ଅଧିକାରୀ ମାଲେମାଲ ହେଉଥିବା ବେଳେ ଏହାକୁ ବିରୋଧ କରିଥିଲେ ଅଞ୍ଚଳ ବାସୀ । ବ୍ଲକର ଚାରି ପଞ୍ଚାୟତବାସୀ ଅନଶନ କରି ଏହାର ପ୍ରତିବାଦ କରିଥିଲେ ମାତ୍ର କାର୍ଯ୍ୟାନୁଷ୍ଠାନ କରି ନ ପାରି ଜିଲ୍ଲା ପ୍ରଶାସନ ବି ଏପରି ଘଟଣାରେ ଅସହାୟ ପ୍ରକାଶ କରିଥଲା।
ତଦନ୍ତ ଦାୟିତ୍ବ ପାଇଥିବା ଶ୍ରୀକାକୁଲମର ଗାୟତ୍ରୀ ରୁରଲ ଏଜୁକେସନ ସୋସାଇଟି ତଦନ୍ତ କରି କେନ୍ଦ୍ରସରକାରଙ୍କ ପାଖରେ ରିପୋର୍ଟ ଦାଖଲ କରିବ।



