
୨୧/୧୨/୨୧ (ଜିଲ୍ଲା ଖବର ) : ଆଜି ବସିବ ରାଜ୍ୟ କ୍ୟାବିନେଟ ବୈଠକ ।ସନ୍ଧ୍ୟାରେ ବସିବ ରାଜ୍ୟ କ୍ୟାବିନେଟ୍ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସଂଧ୍ୟା ୫.୩୦ଟାରେ ବସିବ କ୍ୟାବିନେଟ ବୈଠକ। ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ଲାଗିବା ସମ୍ଭାବନା ରହିଛି।
ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଉଚ୍ଚ ସ୍ତରୀୟ ମଞ୍ଜୁରୀ କର୍ତ୍ତୃପକ୍ଷ, ଏଚ୍ଏଲ୍ ସିଏ ବୈଠକ ବସି କିଛି ଶିଳ୍ପ ପ୍ରକଳ୍ପକୁ ମଧ୍ୟ ମଞ୍ଜୁରୀ ମିଳିବାର ସମ୍ଭାବନା ରହିଛି।ଆସନ୍ତା ସପ୍ତାହରେ ପଂଚାୟତ ନିର୍ବାଚନ ଲାଗି ତାରିଖ ଘୋଷଣା ହେବାକୁ ଥିବାରୁ ଆଜିର କ୍ୟାବିନେଟ ବୈଠକ ବେଶ୍ ଗୁରୁତ୍ୱପୂର୍ଣ୍ଣ।


