Monday, November 16, 2026
Home ଆଞ୍ଚଳିକ ଡରାଇଲାଣି ଓମିକ୍ରନ, ଆମେରିକାରେ ପ୍ରଥମ ଓମିକ୍ରନ ଆକ୍ରାନ୍ତଙ୍କ ମୃତ୍ୟୁ

ଡରାଇଲାଣି ଓମିକ୍ରନ, ଆମେରିକାରେ ପ୍ରଥମ ଓମିକ୍ରନ ଆକ୍ରାନ୍ତଙ୍କ ମୃତ୍ୟୁ

112

୨୧/୧୨/୨୧ (ଜିଲ୍ଲା ଖବର ) :  କାୟା ବିସ୍ତାର କଲାଣି ଓମିକ୍ରନ। ଭୟଭୀତ ଅବସ୍ଥାରେ ସମସ୍ତେ। ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି।ୟୁରୋପରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାବେଳେ ଆଜି ଆମେରିକାରେ ପ୍ରଥମ ଓମିକ୍ରନ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଯାହାକୁ ନେଇ ଚିନ୍ତା ବଢ଼ିଲାଣି। ମୃତକଜଣକ ଟେକ୍ସାସର ବୋଲି ଜଣାପଡ଼ିଛି। ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନସନ କହିଛନ୍ତି ଯେ, ଯଦି ଆବଶ୍ୟକ ହୁଏ ତେବେ ଓମିକ୍ରନ ସଂକ୍ରମଣକୁୁ କମାଇବା ପାଇଁ କଡ଼ା କଟକଣା ଲାଗୁ ହେବ। 

ବ୍ରିଟେନରେ କାୟା ବିସ୍ତାର କରିବାରେ ଲାଗିଛି ଓମିକ୍ରନ। ବିଶ୍ବର ଅନ୍ୟ ଦେଶରେ ଓମିକ୍ରନ ଏବେ ଭୟଙ୍କର ପ୍ରଭାବ ପକାଇନଥିବା ବେଳେ ବ୍ରିଟେନରେ ଓମିକ୍ରନର କରାଳ ଋପ ଦେଖିବାକୁ ମିଳିଛି। ଗତକାଲି କରୋନାରେ ଆକ୍ରାନ୍ତ ହୋଇ ବ୍ରିଟେନରେ ୧୨ଜଣ ଓମିକ୍ରନ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିଲା।