
ବ୍ରହ୍ମପୁର, ୨୧/୧୨/୨୧ (ଜିଲ୍ଲା ଖବର ) : ବ୍ରହ୍ମପୁର ତପସ୍ଵିନୀ ଓ ସୁମିତ ପାରିବାରିକ ମାମଲା। ଗତକାଲି ରାତିର ଘଟଣା ପରେ ସୁମିତଙ୍କ ଘର ନିକଟରେ ପୋଲିସର ସୁରକ୍ଷା ବ୍ୟବସ୍ଥା କଡାକଡି । ଗତକାଲି ବ୍ରହ୍ମପୁର ଏସଡିଜେଏମ କୋର୍ଟ ରାୟ ଶୁଣାଇଲା ପରେ ଶହ ଶହ ମହିଳା ତପସ୍ଵିନୀଙ୍କ ସପକ୍ଷରେ ବାହାରିଥିଲେ। ଏହାପରେ ମହିଳା ମାନେ ସୁମିତଙ୍କ ଘରର ପ୍ରଥମ କବାଟ ଭାଙ୍ଗି ଦେଇଥିଲେ ।
ତପସ୍ଵିନୀ ବର୍ତ୍ତମାନ ସୁମିତଙ୍କ ଘରର ପ୍ରଥମ ଗେଟ ଭିତରେ ରହିଛନ୍ତି। ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ଏଭଳି ଲଢେଇ ଜାରି ରହିବ ବୋଲି ସେ କହିଛନ୍ତି। ଡିମ୍ପଲଙ୍କ ପାଇଁ ନ୍ୟାୟ ଛଡେଇ ଆଣିଲେ ଜନତା। ଗେଟ ଭାଙ୍ଗି ସୁମିତଙ୍କ ଘରେ ପଶିଲେ। ଘର ଭିତରେ ପିଣ୍ଡାରେ ଏବେ ରହୁଛନ୍ତି ଡିମ୍ପଲ। ସେପଟେ ସୁମିତଙ୍କ ଘର ବାହାରେ 144 ଧାରା ଜାରି କଲା ପୋଲିସ।


