
ଆସିକା (ଜିଲ୍ଲା ଖବର) : ମା କରେଞ୍ଜେଇ ପୀଠରେ ପୁରୁଷୋତ୍ତମପୁର ଆଞ୍ଚଳିକ ସାଧନ କେନ୍ଦ୍ର,ଝାଡବାଇ ତରଫରୁ ଏକ ବର୍ଣ୍ଣାଳୀମୟ ପରିବେଶରେ ଅନୁଷ୍ଠିତ ହୋଇଯାଇଛି ବନବିହାର କାର୍ଯ୍ୟକ୍ରମ। ଉକ୍ତ କ୍ଲଷ୍ଟର ସ୍ତରୀୟ କାର୍ଯ୍ୟକ୍ରମରେ ୧୨ ଗୋଟି ବିଦ୍ୟାଳୟର ୮୫୦ ଜଣ ଛାତ୍ରଛାତ୍ରୀ ଏବଂ ଏକଶହରୁ ଉର୍ଦ୍ଧ ଅଭିଭାବକ ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମରେ ଯୋଗଦେଇ ଥିଲେ। ଆଞ୍ଚଳିକ ସାଧନ କେନ୍ଦ୍ରର ସଂଜୋଯକ ଶ୍ରୀ ଈଶ୍ବର ରମେଶଙ୍କ ତତ୍ତ୍ବାବଧାନରେ ଏହି ଅଭିନବ ଢଙ୍ଗର କାର୍ଯ୍ୟକ୍ରମଟି ପରିଚାଳିତ ହେଉଥିଲା। ଜିଲ୍ଲାପାଳ ଶ୍ରୀ ବିଜୟ ଅମୃତ କୂ୍ଲାଙ୍ଗେ, ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଶ୍ରୀ ହରେକୃଷ୍ଣ ପଣ୍ଡା, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଇ. ପ୍ରଦୀପ କୁମାର ଆଚାରୀଙ୍କ ଉତ୍ସାହ ଓ ପ୍ରେରଣାଦାୟୀ ବାର୍ତ୍ତା ଆଧାରରେ ଏଭଳି ଏକ ସୁନ୍ଦର କାର୍ଯ୍ୟକ୍ରମର ପରିକଳ୍ପନା କରାଯାଇ ଥିଲା। ଉକ୍ତ କାର୍ଯ୍ୟକ୍ରମରେ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ, ସାସଂଦ ପ୍ରତିନିଧି ଶ୍ରୀ ନୀଳମଣି ପଟ୍ଟନାୟକ, ଶ୍ରୀ ରାଜେନ୍ଦ୍ର ବିଷୋୟୀ, ଝାଡବାଇ ସରପଞ୍ଚ ଶ୍ରୀ ପ୍ରଫୁଲ୍ଲ କୁମାର ସାହୁ, ଶ୍ରୀମତୀ ଆଭା ପରିଡ଼ା, ଶ୍ରୀ ସୁଭାଷ ଚନ୍ଦ୍ର ଭଞ୍ଜ, ଶ୍ରୀ ପ୍ରଶାନ୍ତ କୁମାର ସାହୁ, ଶ୍ରୀ ଅମର ସ୍ବାଇଁ, ଶ୍ରୀ ପୂର୍ଣ୍ଣଚନ୍ଦ୍ର ପଟ୍ଟନାୟକ, ନରସିଂହ ମହାରଣା, ନିରଞ୍ଜନ ତ୍ରିପାଠୀ, ଗୋଲକ ବିହାରୀ ସାହୁ, ନିରଞ୍ଜନ ଦାସ, ସିମାଞ୍ଚଳ ପରମଗୁରୁ ମହାପାତ୍ର, ହୀନ ପାତ୍ର ପ୍ରମୁଖ ଯୋଗଦେଇ ଥିବା ସ୍ଥଳେ ଉକ୍ତ କାର୍ଯ୍ୟକ୍ରମକୁ ଶିକ୍ଷକ ଶ୍ରୀ ଶାନ୍ତନୁ କୁମାର ମହାଙ୍କୁଡ, ଶ୍ରୀ ନିରଞ୍ଜନ ପ୍ରଧାନ, ଶ୍ରୀ କାଳିଚରଣ ଗୌଡ଼, ଏବଂ ଶିକ୍ଷୟିତ୍ରୀ ଏ. ଚିନ୍ମୟୀ କୁମାରୀ ପ୍ରମୁଖ ପରିଚାଳନା କରି ସଫଳ ମଣ୍ଡିତ କରିଥିଲେ। ଏହି ଭଳି ଅଭିନବ କାର୍ଯ୍ୟକ୍ରମ ଦ୍ବାରା ଶିଶୁ ମାନେ ସେମାନଙ୍କ ପାଖରେ ଥିବା ପ୍ରତିଭାର ପରିଚୟ ପ୍ରଦାନ କରିବା ସହ ବନ ଵିହାରର ମଜ୍ଜା ନେଇଥିଲେ।
ରିପୋର୍ଟ ରତ୍ନାକର ଶିଅ



