ବିଡ଼ିଓସ୍ତିଆ ଫଚାୟତରେ ପ୍ଲାଷ୍ଟିକ ମୁକ୍ତ ଅଭିଯାନ

68

ଭଦ୍ରକ, ୨୦/୧୨/୨୧ (ଜିଲ୍ଲା ଖବର ) : ଭଦ୍ରକ ଚାନ୍ଦବାଲି ବ୍ଲକ ବିଡ଼ିଓସ୍ତିଆ ଫଚାୟତରେ ପରିବେଶ ସୁରକ୍ଷା ଚିନ୍ତା । ପ୍ଲାଷ୍ଟିକ ମୁକ୍ତ ଅଭିଯାନ ମାଧ୍ୟମରେ ଏକ ସଚେତନତା ସଭା ଅନୁଷ୍ଟିତ ହୋଇଯାଇଛି ।  ପ୍ଲାଷ୍ଟିକ ମୁକ୍ତ ଅଭିଯାନ ଓ ସ୍ଵଛ ଭାରତ ଅଭିଯାନରେ ଉଲ୍ଲେଖନିୟ କାର୍ଯ୍ୟ ପାଇଁ ୩ ଜଣ ଯୁବ ପ୍ରତିଭାଙ୍କୁ ସମ୍ମାନିତ କରାଯାଇଛି ।

ପରେ ବଡ଼ଓସ୍ତିଆ ଫଚାୟତର ମହିଳା ମାନେ ପ୍ଲାଷ୍ଟିକ ମୁକ୍ତ ଅଭିଯାନର ସାମିଲ ହେବା ସହ ସମସ୍ତଙ୍କୁ ଘରେ ଏକ ଡଷ୍ଟବିନ ପଏଣ୍ଟ କରିବା ପାଇଁ ପ୍ରତିଜ୍ଞା ନେଇଥିଲେ । ଏନେଇ ଯୁବ ଇଞ୍ଜିନିୟର୍ ଚମ୍ପକଲାଲ ମହାନ୍ତି ଗାଁର ୩୦ ପରିବାର ପାଇଁ ଡଷ୍ଟବିନ ଉପକରଣ ବଂଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପରିବେଶବିତ ସୁଧର ମହାନ୍ତି, ସମାଜସେବୀ ବ୍ରଜ ମହାନ୍ତି, ଟୁନୁ ତାଜୁ , ଶିକ୍ଷକ ପ୍ରଦିପ ସାହୁ, ଆଇନଜୀବୀ ରଜନୀ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ ।