
୨୦/୧୨/୨୧ (ଜିଲ୍ଲା ଖବର ) : ଆସୁଛି ସଲମାନଙ୍କ ଅଭିନୀତ ବ୍ଲକବଷ୍ଟର ମୁଭି ବଜରଙ୍ଗୀ ଭାଇଜାନ-୨ର ସିକ୍ୱେଲ୍। ଏନେଇ ଖୋଦ୍ ସଲମାନ ଖାନ୍ ନିଜେ ଘୋଷଣା କରିଛନ୍ତି । ଏଠି କହି ରଖୁଛୁ ଯେ ଏସଏସ ରାଜାମୌଲୀଙ୍କ ନିର୍ଦ୍ଦେଶନାରେ ନିର୍ମିତ ହୋଇଥିବା ଫିଲ୍ମ RRR ବହୁତ ଶିଘ୍ର ରିଲିଜ୍ ହେବାକୁ ଯାଉଛି।
ଏହି ଫିଲ୍ମିର ପୁରା ଟିମ୍ ଫିଲ୍ମର ପ୍ରମୋଶନରେ ଲାଗି ପଡିଛନ୍ତି। ରବିବାର ଦିନ ମୁମ୍ବାଇରେ RRRର ପ୍ରି ରିଲିଜ୍ ଇଭେଣ୍ଟ ରଖାଯାଇଥିଲା। ଯେଉଁଥିରେ ବଲିଉଡର ଭାଇଜାନ୍ ସଲମାନ ଖାନ୍ ସାମିଲ ହୋଇଥିଲେ। ସେହି ସମୟରେ ସଲମାନ ଫିଲ୍ମ ବଜରଙ୍ଗୀ ଭାଇଜାନ-୨ର ସିକ୍ୱେଲ ଘୋଷଣା କରିଥିଲେ। ଯାହା ତାଙ୍କ ଫ୍ୟାନ୍ସଙ୍କ ପାଇଁ ଏକ ଖୁସି ଖବର କହିଲେ ଅତ୍ୟୁକ୍ତି ହେବନାହିଁ।
ବଜରଙ୍ଗୀ ଜାଇଜାନର ତିଆରି ହେବ ସିକ୍ୱେଲ
ସଲମାନ ଖାନଙ୍କ କ୍ୟାରିୟରର ସବୁଠାରୁ ସୁପରହିଟ୍ ଚଳଚ୍ଚିତ୍ରମାନଙ୍କ ମଧ୍ୟରୁ ବଜରଙ୍ଗୀ ଭାଇଜାନ ଅନ୍ୟତମ | ଏବେ ଏହି ଚଳଚ୍ଚିତ୍ରର ସିକ୍ୱେଲ ତିଆରି କରିବାକୁ ଯାଉଛନ୍ତି। ସଲମାନ କହିଛନ୍ତି ଯେ ଏହି ଚଳଚ୍ଚିତ୍ରର ସ୍କ୍ରିପ୍ଟ ଏସ୍ ରାଜାମୌଲିଙ୍କ ପିତା ବିଜେନ୍ଦ୍ର ପ୍ରସାଦ ଲେଖିବେ। ତେବେ ସ୍କ୍ରିପ୍ଟ ଲେଖା ସରିଥିବା ନେଇ କହିଛନ୍ତି ସଲମାନ । ତେବେ RRR ପ୍ରି ରିଲିଜ୍ ଇଭେଣ୍ଟରେ ସଲମାନ, ଅଜୟ ଦେବଗନ, Jr NTR, ରାମ ଚରଣ, ଆଲିଆ ଭଟ୍ଟ ପ୍ରଭୃତି ସାମିଲ ଥିଲେ।


