Monday, November 16, 2026
Home ଆଞ୍ଚଳିକ ବଢ଼ୁଛି ସଂକ୍ରମଣ, ଲୋକେ ଭୟଭୀତ

ବଢ଼ୁଛି ସଂକ୍ରମଣ, ଲୋକେ ଭୟଭୀତ

54

୨୦/୧୨/୨୧ (ଜିଲ୍ଲା ଖବର ) : ଦିଲ୍ଲୀରେ ବଢ଼ିବାରେ ଲାଗିଛି ଓମିକ୍ରନ ସଂକ୍ରମଣ ମାମଲା।  ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି।କିନ୍ତୁ ଏହି ସଂଖ୍ୟା ହୁ ହୁ ହୋଇ ବଢ଼ୁଛି। ଯାହା ଥମିବାର ନାଁ ଧରୁନି। ଆଜି ପୁଣି  ଦୁଇଟି ନୂତନ ଓମିକ୍ରନ୍ ସଂକ୍ରମଣ ମାମଲା ରିପୋର୍ଟ ହୋଇଛି । ଦିଲ୍ଲୀରେ ବର୍ତ୍ତମାନ ସଂକ୍ରମଣ ସଂଖ୍ୟା 24କୁ ବୃଦ୍ଧି ପାଇଛି ବୋଲି ଦିଲ୍ଲୀ ସ୍ୱାସ୍ଥ୍ୟ ବିଭାଗ କହିଛି। ଦିଲ୍ଲୀରେ ବର୍ତ୍ତମାନ  24 ସଂକ୍ରମଣ  ରୋଗୀଙ୍କ ମଧ୍ୟରୁ 12 ଜଣଙ୍କୁ ଡିସଚାର୍ଜ କରାଯାଇଛି ଏବଂ 12 ଜଣ ଚିକିତ୍ସିତ ହେଉଛନ୍ତି ବୋଲି ସ୍ୱାସ୍ଥ୍ୟ ବିଭାଗ କହିଛି।

ଏନେଇ ଦିଲ୍ଲୀର ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (DDMA) ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହେବ। ଭିଡିଓ କନଫରେନ୍ସିଂ ମାଧ୍ୟମରେ ହେବାକୁ ଥିବ ଏହି ବୈଠକରେ  କୋଭିଡ ପରିଚାଳନା ଏବଂ ବର୍ତ୍ତମାନର ପରିସ୍ଥିତି ଉପରେ ଆଲୋଚନା ହେବ।