Saturday, November 14, 2026
Home ଆଞ୍ଚଳିକ ସବୁଜ ସାଲୱାରରେ ଡିମ୍ପଲ, ସୁମିତଙ୍କ ମୁହଁ ଦିଶୁନି

ସବୁଜ ସାଲୱାରରେ ଡିମ୍ପଲ, ସୁମିତଙ୍କ ମୁହଁ ଦିଶୁନି

92

୨୦/୧୨/୨୧ (ଜିଲ୍ଲା ଖବର ) : ଭାଇରାଲ ହେଉଛି ଡିମ୍ପଲଙ୍କ ଭିଡିଓ। ଯେଉଁଥିରେ ସୁମିତ ଆଉ ଡିମ୍ପଲ କଥା ହେଉଛନ୍ତି। ସବୁଜ ରଙ୍ଗର ସାଲୱାରରେ ଡିମ୍ପଲ ମୋବାଇଲ ଧରି ବୁଲୁଛନ୍ତି। ଆଉ ଭିଡିଓ କରିଛନ୍ତି ନିଜେ ଡାକ୍ତର ସୁମିତ୍। ଉଭୟଙ୍କ ଭିତରେ କଥାବାର୍ତ୍ତା କୌଣସି ପ୍ରେମାଳାପ ନୁହେଁ ବରଂ କଥାର ମଞ୍ଜ ପ୍ରସଙ୍ଗଟି ହେଉଛି ୮ ଲକ୍ଷ ଟଙ୍କା। ସୁମିତ କହୁଛନ୍ତି, ମୁଁ ତୁମ ପାଇଁ ବହୁତ୍ କଛି କରିଛି। ଯାହାର ଉତ୍ତରରେ ଡିମ୍ପଲ ତାଚ୍ଛଲ୍ୟର ହସ ହସୁଛନ୍ତି ଆଉ କହୁଛନ୍ତି |

‘ମତେ ମୋ ବାଟରେ ଯିବାର ଅଛି, ସେଥିପାଇଁ ୮ ଲକ୍ଷ ଦେ, ତୁ ବାଟରେ ଯା, ମୁଁ ମୋ ବାଟରେ ଯିବି। ଏମିତି ବି 
ମୋ ଯଦି ବାହାଘର ହୁଏ, ମୁଁ ଯଦି ବେଦିରୁ ଉଠିକି ନ ପଳେଇବେ ତା ହେଲେ ମୋ ନାଁ ତପସ୍ବିନି ନୁହେଁ।’

ଏହି ୮ଲକ୍ଷ କଥା ପାଇଁ ଏବେ ଉଠୁଛି ପଡୁଛି ସୋଶିଆଲ ମିଡିଆ।

ହେଲେ ଏହି ଭିଡିଓ ବାବଦରେ ଯେତେବେଳେ ଡିମ୍ପଲଙ୍କୁ ଆମ ପ୍ରତିନିଧି ପ୍ରଶ୍ନ କରି୍ଥିଲେ। ସେ କହିଥିଲେ ‘ସୁମିତଙ୍କର ଏମିତି ଅନେକ ଭିଡିଓ ରହିଛି ଯାହାକୁ ମୁଁ ପ୍ରମାଣ ଭାବେ ଦେଖାଇ ପାରିବେ। ସୁମିତ ଜଣେ ଡାକ୍ତର ଏଣୁ ତାଙ୍କୁ ଡିଭୋସ୍ କରିବାକୁ ହେଲେ ଯେ, କେହି ବି ୮ ଲକ୍ଷ ନୁହେଁ ୮୦ ଲକ୍ଷ ବି ଦାବି କରିପାରିବ। ହେଲେ ମତେ ୮୦ କୋଟି ଦିଆଗଲେ ବି ମୁଁ ଏଠୁ ଉଠିବିନି। କାରଣ ମୁଁ ଡିଭୋସ୍ ଚାହୁଁନି ବରଂ ତାଙ୍କ ସହ ମିଶିକି ରହିବାକୁ ଚାହୁଁଛି।’

ଭାଇରାଲ ଭିଡିଓରେ ଡିମ୍ପଲଙ୍କ ୮ ଲକ୍ଷ ପ୍ରସଙ୍ଗ ଆଉ ଗଣମାଧ୍ୟରେ ୮୦ କୋଟି ନ ନେବାର ଦାମ୍ଭିକତା ଭିତରେ ବହୁତ କିଛି ଲୁଚିଯାଉଛି। ପୂର୍ବରୁ କିଟିମିଟିଆ ହୋଇ ଯାଇଥିବା ଡିମ୍ପଲ-ସୁମିତ୍ ପ୍ରସଙ୍ଗ ଆହୁରି ଅଡୁଆ ହେବାରେ ଲାଗିଛି।