
୨୦/୧୨/୨୧ (ଜିଲ୍ଲା ଖବର ) : ପଞ୍ଚାୟତ ନିର୍ବାଚନ ଯେତିକି ଯେତିକି ପାଖେଇ ଆସୁଛି ପଞ୍ଚାୟତ ଗୁଡିକରେ ରେ ରାଜନୈତିକ ଉଷ୍ମତା ସେଇ ପରିମାଣରେ ବୃଦ୍ଧି ପାଇବାରେ ଲିଗିଛି l କେହୁଠି ବିରୋଧି ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣୁଛନ୍ତି ତ କେଁହୁଠି ପଞ୍ଚାୟତ ରେ ଉନୟନ ମୂଳକ କାର୍ଯ୍ୟ ହୋଇଥିଲେ ମଧ୍ୟ ସରପଞ୍ଚଙ୍କ ବରୋଧରେ ଦୃର୍ନୀତି ଅଭିଯୋଗ ଆସୁଛି l
ଏହି ଭଳି ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବ୍ଲକ ଗୁଡ଼ିଆଳି ପଞ୍ଚାୟତ ରେ ଗ୍ରାମସଭା ଡାକି ସମସ୍ତ ଉନୟନ ମୂଳକ କାର୍ଯ୍ୟ ସରପଞ୍ଚ କରିଥିବା କହୁଥିବା ବେଳେ ନ୍ୟାୟ ସରପଞ୍ଚ ଓ କିଛି ୱାର୍ଡ ମେମ୍ବର ତାଙ୍କ ବିରୋଧରେ ଆଣିଛନ୍ତି ଦୁର୍ନୀତି ର ଅଭିଯୋଗ l
ଏ ହେଉଛି ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବ୍ଲକ ଗୁଡ଼ିଆଳି ପଞ୍ଚାୟତ l ବିଗତ ପାଞ୍ଚବର୍ଷା ରେ ଏହି ପଞ୍ଚାୟତ ର ଲୋକଙ୍କ ଆବଶ୍ୟକତା କୁ ଦୃଷ୍ଟିରେ ରଖି ନିର୍ମାଣ ହୋଇଛି ବହୁ ଉନୟନ ମୂଳକ କାର୍ଯ୍ୟ l କେହୁଠି ଆଖିଝଲସିଲା ଭଳି ଅଟାଳିକା,କଲ୍ୟାଣ ମଣ୍ଡପ ତ କେହୁଠି ଫେବ୍ରିକ ଟାଇଲ ରାସ୍ତା,ଆଦର୍ଶ ପଖରୀ ଆଉ କେହୁଠି ନିର୍ମାଣ ଚାଲିଛି ବଜାର ଗୃହ,ମିଶନ ଶକ୍ତି ଗୃହ ଏହା ସହିତ ପଞ୍ଚାୟତ ବାସୀଙ୍କ ଲାଗି ବସୁଧା ଯୋଜନାରେ ପାନୀୟ ଜଳ ର ବ୍ୟବସ୍ତା l
ଏହି ପାଞ୍ଚବର୍ଷ ମଧ୍ୟରେ ସରପଞ୍ଚ ଙ୍କ ଦ୍ୱାରା ଏହି ସବୁ ଉନୟନ ମୂଳକ କାର୍ଯ୍ୟ କରାଯଇଛି l ପ୍ରତ୍ୟେକ ଉନୟନ ମୂଳକ କାର୍ଯ୍ୟ ବେଳେ ପଞ୍ଚାୟତରେ ଗ୍ରାମସଭା ଡକାଯାଇ ୱାର୍ଡ ମେମ୍ବର ମାନେ ଉପସ୍ଥିତ ରହି ଏହି ଉନୟନ ମୂଳକ କାର୍ଯ୍ୟ କରାଯାଉ ଥିବା ଗ୍ରାମବାସୀ କହୁଥିବା ବେଳେ ପଞ୍ଚାୟତ ର ନ୍ୟାୟ ସରପଞ୍ଚ ଓ କିଛି ୱାର୍ଡ ମେମ୍ବର ସରପଞ୍ଚ ଙ୍କ ବିରୋଧରେ ଜିଲ୍ଲାପାଳ ଙ୍କ ନିକଟରେ ଆଣିଛନ୍ତି ଏକ ସଙ୍ଗୀନ ଅଭିଯୋଗ l
ବର୍ଷେ ହେବ ପଞ୍ଚାୟତ ର ଉନୟନ ମୂଳକ କାର୍ଯ୍ୟର କୌଣସି ତଥ୍ୟ ୱାର୍ଡ ମେମ୍ବର ମାନଙ୍କୁ ନଜଣାଇ ନିଜ ଇଚ୍ଛା ମୁତାବକ ସରପଞ୍ଚ କରୁଥିବା ଅଭିଯୋଗ କହିଛନ୍ତି ନ୍ୟାୟ ସରପଞ ଅନ୍ୟପଟେ ଜିଲ୍ଲାପାଳ ଙ୍କୁ ଅଭିଯୋଗ କରାଯଇଥିବା ଅଭିଯୋଗ ପାତ୍ରରେ ଦସ୍ତଖତ କରିଥିବା ଦୁଇ ୱାର୍ଡ ମେମ୍ବର ଏହି ବିଷୟରେ କିଛି ଜାଣି ନାହାନ୍ତି l
ନ୍ୟାୟ ସରପଞ୍ଚ ତାଙ୍କୁ ଦସ୍ତଖତ ଆଗକୁ କହିବାରୁ ସେ ଦସ୍ତଖତ କରିଥିବା କହିଥିବା ବେଳେ ଆଗକୁ ନିର୍ବାଚନ ଥିବା କାରଣ ରୁ ଏହି ଭଳି ଭିତ୍ତିହୀନ ଅଭିଯୋଗ ତାଙ୍କ ବିରୋଧ ରେ ବିରୋଧୀ କରୁଛନ୍ତି l ଯଦି ଅଭିଯୋଗରେ କିଛି ସତ୍ୟତା ଅଛି ତେବେ ଜିଲ୍ଲାପାଳ ତଦନ୍ତ କରି ଦୋଷି ବିରୋଧ ରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ଗୁଡ଼ିଆଳି ସରପଞ୍ଚ l












