ଅସମ୍ଭାଳ ଶୀତ, କୋଇଡାରେ ତାପମାତ୍ରା 7 ରୁ 5 ଡିଗ୍ରୀକୁ ଖସିଲା

64

ସୁନ୍ଦରଗଡ, ୨୦/୧୨/୨୧ (ଜିଲ୍ଲା ଖବର ) :  ସୁନ୍ଦରଗଡ ଜିଲ୍ଲାର ବଣାଇ ସମେତ କୋଇଡା ଅଞ୍ଚଳରେ ଦିନକୁ ଦିନ ତାପମାତ୍ରା କମିବାରେ ଲାଗିଛି । ଗତ କିଛି ଦିନ ଭିତରେ ତାପମାତ୍ରା ୧୧ ଡିଗ୍ରୀରୁ ୭ ଡିଗ୍ରୀକୁ ଖସି ଆସିଥିବାବେଳେ,  ଆଜିର ତାପମାତ୍ରା 5 ଡିଗ୍ରୀ ରହିଥିବାବେଳେ ତୁଷାରପାତ ହୋଇଛି । ସହର ଅପେକ୍ଷା ଦୁର୍ଗମ ପାହାଡ଼ ପର୍ବତ ଜଙ୍ଗଲ ଘେରା ଅଞ୍ଚଳରେ ୭ ଡିଗ୍ରୀ ତକକୁ ପାରଦ ଖସି 5 ରହୁଥିବା ଜଣାପଡିଛି । ଚଳିତ ବର୍ଷ ବିଳମ୍ବରେ ଶୀତ ଆରମ୍ଭ ହୋଇଥିବାବେଳେ ହଠାତ୍‌ ପାରଦ କମିବା ଯୋଗୁଁ ଶୀତର ପ୍ରକୋପ ବଢ଼ିବାରେ ଲାଗିଛି ।

ଶୀତରୁ ରକ୍ଷ ପାଇବା ପାଇଁ ଦିନରେ ସୂର୍ଯ୍ୟଙ୍କ କିରଣକୁ ଭରଷା କରୁଥିବାବେଳେ ସନ୍ଧ୍ୟା ହେଲେ ନିଆଁକୁ ଭରଷା କରୁଛନ୍ତି ଲୋକେ । ଗରିବ ଲୋକ ଥଣ୍ଡା ପାଇଁ ଡହଳ ବିକଳ ହେଲେଣି । ଝାଟିମାଟି ଘରେ ଜୀବନ ବିତାଉଥିବା ପରିବାର ରାତିସାରା ନିଆଁ ଲଗେଇ ଶୋଉଥିବା ବେଳେ  କିଛି ଛକମାନଙ୍କରେ ନିଆଁ ଜାଳି ବସୁଥିବା ଦେଖିବାକୁ ମିଳିଛି ।

ସକାଳୁ ପ୍ରବଳ କୁହୁଡ଼ି ଯୋଗୁଁ ସକାଳ ଭ୍ରମଣରେ ଯାଉଥିବା ବ୍ୟକ୍ତି ଥଣ୍ଡା ପାଇଁ ଘରୁ ପୂର୍ବଭଳି ବାହାରୁ ନାହାନ୍ତି  । ସକାଳୁ ଚା’ ଦୋକାନରେ ଶୀତୁଆ ସକାଳ ଖଟି ବେଶ ଜମୁଛି । ସୂର୍ଯ୍ୟକିରଣ ପଡିବା ସ୍ଥାନରେ ଲୋକଙ୍କ ଖଟି ଅଧିକ ଦେଖୁବାକୁ ମିଳୁଛି । ସକାଳୁ ପାଣିକୁ ହାତ ଦେଇ ହଉନାହିଁ । ପାଣି ଜାଡ଼ି କି ରହୁଛି । ଥଣ୍ଡା ପଡିବା ପରେ ଗରମ ପାଣିରେ ହିଁ କିଛି କମା ହେଉଛି । ଗ୍ରାମାଞ୍ଚଳ ଲୋକ ସନ୍ଧ୍ୟା ହୋଇଗଲେ ଘରେ ରହୁଛନ୍ତି । ସନ୍ଧ୍ୟା ପରେ ଘରୁ ପଦାକୁ ବାହାରିବା କଷ୍ଟ ହୋଇଯାଉଛି । ଯେଉଁଭଳି ଥଣ୍ଡା ପଡୁଛି ବାହାରକୁ ବାହାରିଲେ ହାତ ଗୋଡ଼ ମୁଣ୍ଡ କାଲ ହୋଇଯାଉଛି ।