ରାଜସ୍ୱ ନିରୀକ୍ଷକ ସୀମା ସିମନ୍ତିନୀ ସାହୁଙ୍କୁ ମାରଣାସ୍ତ୍ରରେ ଆକ୍ରମଣ

48

କେନ୍ଦୁଝର,୨୦/୧୨/୨୧ (ଜିଲ୍ଲା ଖବର ) :  କେନ୍ଦୁଝର ଆନନ୍ଦପୁରରେ ଅଘଟଣ । ରାଜସ୍ୱ ନିରୀକ୍ଷକ ସୀମା ସିମନ୍ତିନୀ ସାହୁଙ୍କୁ ମାରଣାସ୍ତ୍ରରେ ଆକ୍ରମଣ ।  ଗୁରୁତର ଅବସ୍ଥାରେ ସିମନ୍ତିନୀଙ୍କୁ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସବୁଠୁ ବଡ଼ କଥା ହେଉଛି ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟ ଭିତରେ ହୋଇଛି ଏହି ଆକ୍ରମଣ । 

ଆନନ୍ଦପୁର ଥାନା ବାଙ୍ଖିଡି ଗାଁର ଗୋବିନ୍ଦ ଜେନା ଆକ୍ରମଣ କରିଥିବା କୁହାଯାଉଛି । ତେବେ ଆକ୍ରମଣର କାରଣ ଏ ଯାଏଁ  ଅସ୍ପଷ୍ଟ ରହିଛି । ଅନ୍ୟପଟେ ଏହି ଘଟଣାକୁ ନେଇ ସମ୍ପୂର୍ଣ୍ଣ ଅଞ୍ଚଳରେ ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଛି ।