
କଟକ, ୨୦/୧୨/୨୧ (ଜିଲ୍ଲା ଖବର ) : ବାଣ ଫୁଟାଇବା ବେଳେ ଅଘଟଣ । ଖୁଣ୍ଟୁଣୀ ଥାନା ଅନ୍ତର୍ଗତ କଣ୍ଡରେଇ ପଞ୍ଚାୟତ ପାର୍ବତୀପୁର ଗ୍ରାମରେ ବିବାହ ଶୋଭାଯାତ୍ରାରେ ବାଣ ଫୁଟାଇବା ବେଳେ ବିସ୍ପୋରଣ ହୋଇଛି । ଫଳରେ ଦୁଇ ହାତର ପାପୁଲିରେ ଗଭୀର ଆଘାତ ଲାଗିଥିବା ଜଣାପଡିଛି ।
ଦୁଇ ହାତ ପାପୁଲି ଛିଡି ଯାଇଥିବା କୁହାଯାଉଛି । ଗୁରୁତର ଯୁବକଙ୍କୁ ପ୍ରଥମେ ଆଠଗଡ଼ ମେଡ଼ିକାଲ ପରେ କଟକ ବଡ ଡାକ୍ତରଖାନା ରେଫର କରାଯାଇଛି । ଯୁବକ ଜଣଙ୍କ ହେଲେ ପାର୍ବତୀପୁର ଗ୍ରାମର ସୁକୁଲାଲ ଜାରିକାଙ୍କ ପୁଅ ଦାନିଏଲ ଜାରିକା ବୋଲି ଜଣାପଡିଛି ।



