
ଭୁବନେଶ୍ୱର,୨୦/୧୨/୨୧ (ଜିଲ୍ଲା ଖବର ) : ହାଡ ଭଙ୍ଗା ଜାଡରେ ଥରୁଛି ଓଡ଼ିଶା। ଉପକୂଳରୁ ଆଭ୍ୟନ୍ତର, ଦକ୍ଷିଣରୁ ପଶ୍ଚିମ ସବୁଠି ପ୍ରବଳ ଥଣ୍ଡା ଅନୁଭୂତ ହେଉଛି। ପ୍ରବଳ ଥଣ୍ଡା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇଛି। ଉତ୍ତର ପଶ୍ଚିମ ତଥା ଉତ୍ତର ଦିଗରୁ ଶୁଷ୍କ ଥଣ୍ଡା ବାୟୁ ଓଡିଶା ମଧ୍ୟକୁ ପ୍ରବେଶ କରୁଥିବାରୁ 3 ରୁ 4 ଦିନ ଶୀତର ପ୍ରକୋପ ବୃଦ୍ଧି ସମ୍ଭାବନା ରହିଛି।
ରାତ୍ରି ତାପମାତ୍ରା 2ରୁ 4 ଡିଗ୍ରୀ କମିବାର ସମ୍ଭାବନା ରହିଛି। ସେପଟେ ରବିବାର ରାଜ୍ୟର 9ଟି ସହରର ତାପମାତ୍ର 12 ଡିଗ୍ରୀ ତଳେ ରହିଥିଲା। ଦାରିଙ୍ଗବାଡି 8.5 ଡିଗ୍ରୀ ସହ ରାଜ୍ୟର ସବୁଠାରୁ ଥଣ୍ଡା ସହରର ରହିଥିଲା।



