ଘର ଭାଙ୍ଗିବା ସହ ଫାର୍ମରେ ପଶି ଲକ୍ଷାଧିକ ଟଙ୍କାର କ୍ଷୟକ୍ଷତି

57

ନୂଆପଡ଼ା, ୨୦/୧୨/୨୧ (ଜିଲ୍ଲା ଖବର ) : ହାତୀ ଉପଦ୍ରବ ଥମିବାର ନା ଧରୁନାହିଁ।  ନୂଆପଡ଼ା ପାହାଡ଼ ତଳ ଅଞ୍ଚଳରେ ହାତୀ ଆତଙ୍କ । ସୁନାବେଡ଼ା ଅଭୟାରଣ୍ୟରୁ 30 ଟିକିଆ ହାତୀ ପଲ ଆସି ନଷ୍ଟ କରୁଛନ୍ତି ଫସଲ । କେବଳ ସେତିକି ନୁହେଁ ଲୋକଙ୍କ ଘର ମଧ୍ୟ ଭାଙ୍ଗୁଛନ୍ତି ।

ଖାସକରି ଝାଗ୍ରାହି ଗାଁର ଦିଲୀପ ଭୋଇଙ୍କ ଫାର୍ମରେ ପଶି ଲକ୍ଷାଧିକ ଟଙ୍କାର କ୍ଷୟକ୍ଷତି କରିଥିବା ଅଭିଯୋଗ କରିଛନ୍ତି । ଏବେ ଏହି ହାତୀ ପଲ ସୁନାବେଡ଼ା ଆଡ଼କୁ ଯାଉଥିବାର କହିଛନ୍ତି କୋମନା ରେଞ୍ଜର ଦେବଦତ୍ତ ସୂତାର।