Monday, November 16, 2026
Home ଆଞ୍ଚଳିକ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି ନୂଆ ଭାରିଆଣ୍ଟ ଓମିକ୍ରନ

ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି ନୂଆ ଭାରିଆଣ୍ଟ ଓମିକ୍ରନ

50

 ନୂଆଦିଲ୍ଲୀ, ୨୦/୧୨/୨୧ (ଜିଲ୍ଲା ଖବର ) :  ଦ୍ରୁତ ଗତିରେ ବ୍ୟାପୁଥିବା କରୋନାର ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ଚିନ୍ତା ବଢିବାରେ ଲାଗିଛି। ରବିବାର ମହାରାଷ୍ଟ୍ରରେ ଓମିକ୍ରନରେ ସଂକ୍ରମିତ ଆଉ 6 ମାମଲା ଚିହ୍ନଟ ହୋଇଛି। ଏହାସହା ରାଜ୍ୟରେ ଓମିକ୍ରନରେ ସଂକ୍ରମିତଙ୍କ ସଂଖ୍ୟା 54ରେ ପହଞ୍ଚିଛି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 151କୁ ବୃଦ୍ଧି ପାଇଛି। ବର୍ତ୍ତମାନ ସୁଦ୍ଧାର ଭାରତର 11ଟି ରାଜ୍ୟ ଏଂ କେନ୍ଦ୍ର ଶାସିତ ପ୍ରଦେଶରୁ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମହାରାଷ୍ଟ୍ରରୁ ସର୍ବାଧିକ 54 ଜଣ ଚିହ୍ନଟ ହୋଇଥିବା ବେଳେ, ଦିଲ୍ଲୀରୁ 22, ତେଲେଙ୍ଗାନାରୁ 20, ରାଜସ୍ଥାନରୁ 22, କର୍ଣ୍ଣାଟକରୁ 14 ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି ଗୁଜରାଟରୁ 9, କେରଳରୁ 11, ଆନ୍ଧ୍ର ପ୍ରଦେଶ, ତାମିଲନାଡୁ, ପଶ୍ଚିମବଙ୍ଗ, ଚଣ୍ଡିଗଡରୁ ଜଣେ ଲେଖାଏଁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେପଟେ ଓମିକ୍ରନକୁ ନେଇ ରାଜ୍ୟରେ ବି ବଢୁଛି ଭୟ।

ବିଦେଶ ଫେରନ୍ତାଙ୍କ ଯୋଗୁ ବଢିଛି ଚିନ୍ତା । ରାଜ୍ୟରେ ୭ଜଣ ବିଦେଶ ଫେରନ୍ତା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୩ଜଣଙ୍କ ଜିନମ ସିକ୍ବେନ୍ସିଂ ରିପୋର୍ଟକୁ ଅପେକ୍ଷା ରହିଛି। ଅନ୍ୟପଟେ ଜାନୁୟାରୀ ତୃତୀୟ ସପ୍ତାହରେ ପିକକୁ ସଂକ୍ରମଣ ଯାଇପାରେ ବୋଲି ଆକଳନ କରାଯାଇଛି । ତେଣୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ବିଶେଷଜ୍ଞ।