Tuesday, October 13, 2026
Home ଅପରାଧ ପୋଲିସର ପେଟ୍ରୋଲିଂ ବେଳେ ଦାଦନ ଶ୍ରମିକଙ୍କୁ ଉଦ୍ଧାର

ପୋଲିସର ପେଟ୍ରୋଲିଂ ବେଳେ ଦାଦନ ଶ୍ରମିକଙ୍କୁ ଉଦ୍ଧାର

79

ପଦ୍ମପୁର, ୨୦/୧୨/୨୧ (ଜିଲ୍ଲା ଖବର ) : ବେଆଇନ ଦାଦନ ଚାଲାଣ ବେଳେ 39 ଦାଦନ ଶ୍ରମିକ ଉଦ୍ଧାର । ଖପ୍ରାଖୋଲ ପୋଲିସର ପେଟ୍ରୋଲିଂ ବେଳେ ଧଣ୍ଡାମୁଣ୍ଡା ରାସ୍ତାରେ ଥିବା ଗୁଣ୍ଡୁରୁପାଲି ବସଷ୍ଟାଣ୍ଡଠାରେ ଦାଦନ ଶ୍ରମିକମାଙ୍କୁ ଉଦ୍ଧାର କରାଯାଇଛି ।

ପଦ୍ମପୁର ଅଞ୍ଚଳର ଜଣେ ଦାଦନ ସର୍ଦ୍ଦାର ମାଧ୍ୟମରେ ତାମିଲନାଡୁର ଏକ ଇଟା ଭାଟିକୁ ପଠାଯାଉଥିବା ଜାଣି ସମସ୍ତଙ୍କୁ ଉଦ୍ଧାର କରି ଖପ୍ରାଖୋଲ ଥାନାକୁ ଅଣାଯାଇଥିବା ଜଣାଯାଇଛି।

ଉଦ୍ଧାର ଶ୍ରମିକମାନେ ବରଗଡ ଜିଲ୍ଲା ଜଗଦଳପୁର ଥାନା ଅଞ୍ଚଳର ବୋଲି ଜଣାପଡିଛି । ଏଥିରେ୧୯ ଜଣ ପୁରୁଷ, ୧୬ ଜଣ ମହିଳା ସମେତ ୩ ଜଣ ଶିଶୁ ରହିଥିବା ଜଣାଯାଇଛି।