Thursday, November 12, 2026
Home ଆଞ୍ଚଳିକ ବ୍ରହ୍ମପୁର ଏସଡିଜେଏମ୍ କୋର୍ଟଙ୍କ ନିର୍ଦ୍ଦେଶ ଉପରେ ସମସ୍ତଙ୍କ ନଜର

ବ୍ରହ୍ମପୁର ଏସଡିଜେଏମ୍ କୋର୍ଟଙ୍କ ନିର୍ଦ୍ଦେଶ ଉପରେ ସମସ୍ତଙ୍କ ନଜର

46

୨୦/୧୨/୨୧ (ଜିଲ୍ଲା ଖବର ) : ଡିମ୍ପଲ-ସୁମିତ ମାମଲା। ଆଜି ହେବ ମୁଖ୍ୟ ପିଟିସନ୍‌ର ଶୁଣାଣି। ସେପଟେ ସୁମିତ ନା ଡିମ୍ପଲ କିଏ କହୁଛନ୍ତି ସତ । ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ପୁଣି ସୁମିତ ଜାରି କଲେ ଆଉ ଏକ ଅଡିଓ ପ୍ରତିକ୍ରିୟା। ମାନସିକ ଅବସ୍ଥା ବହୁତ ଖରାପ ହେଲାଣି। ଭିଡ଼ିଓରେ ନିଜେ ତପସ୍ୱିନୀ ୮ ଲକ୍ଷ ଟଙ୍କା ମାଗୁଛନ୍ତି। ଏମିତି ଭିଡିଓ, ଅଡିଓ ଆହୁରି ଅଛି। କୋର୍ଟରେ ସବୁ ଦିଆଯିବ।

ଆମେ ତାଙ୍କଠୁ ଟଙ୍କାଟେ ବି ନେଉନୁ କି ମାଗିନୁ। ଗୋଟେ ମିଛକୁ ପୃଫ କରିବାକୁ 50ମିଛ କହୁଛନ୍ତି ଡିମ୍ପଲ ବୋଲି ସୁବିତ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି। ଅନ୍ୟପଟେ ଟିମ୍ପଲ କହୁଛନ୍ତି ଯେ, ଏ କଥା ସମ୍ପୂର୍ଣ୍ଣ ଭାବରେ ମିଛ। ମୁଁ ଏପରି କିଛି ବି କହିନାହିଁ। ତେବେ ଏସବୁ ଭିତରେ ଆଜି ଆସିବ କୋର୍ଟଙ୍କ ଶୁଣାଣି। ଆଜି ମୂଳ ପିଟିସନର ଶୁଣାଣି କରିବେ ବ୍ରହ୍ମପୁର ଏସଡିଜେଏମ୍ କୋର୍ଟ। ତା ଉପରେ ସମସ୍ତଙ୍କର ନଜର ରହିଛି।