
୨୦/୧୨/୨୧ (ଜିଲ୍ଲା ଖବର ) : ପୁରୀ ବ୍ରହ୍ମଗିରି ବହୁଚର୍ଚ୍ଚିତ ଚିତ୍ତରଞ୍ଜନ ମୃତ୍ୟୁ ଘଟଣା। ଆସିଲା ପୋଷ୍ଟମର୍ଟମ ରିପୋର୍ଟ। ରିପୋର୍ଟ ସଦରଥାନାକୁ ଦିଆଯାଇଥିବା ସୂଚନା। ଅଧିକ ଯାଞ୍ଚ ପାଇଁ ଷ୍ଟେଟ୍ ଫରେନସିକ୍ ଲ୍ୟାବ୍ କୁ ରିପୋର୍ଟ ପଠାଯାଇଥିବା ସୂଚନା। ସେପଟେ ଘଟଣାରେ 4 ଜଣଙ୍କର ହେବ ଲାଇ ଡିଟେକ୍ସନ ଟେଷ୍ଟ ।
ଦୁଇ ମହିଳା ଓ ଦୁଇ ପୁରୁଷଙ୍କର ହେବ ଟେଷ୍ଟ । ରାଜ୍ୟ ଫରେନସିକ ଲ୍ୟାବରେ ବର୍ତ୍ତମାନ 4 ଜଣ ପହଁଚି ସାରିଥିବା ସୂଚନା । ଚିତ୍ତଙ୍କର ପାଣିରେ ବୁଡିକି ମୃତ୍ୟୁ ହୋଇଛି ନା ମୃତ୍ୟୁ ପରେ ପାଣିରେ ପକାଯାଇଛି ସେନେଇ ଏବେ ବି ସନ୍ଦେହ ଲାଗିରହିଛି। ବ୍ରହ୍ମଗିରି ବହୁଚର୍ଚ୍ଚିତ ଚିତ୍ତରଞ୍ଜନ ମୃତ୍ୟୁ ଘଟଣାକୁ ଆଜିକି 7 ଦିନ ପୁରିଲା ।
ଏପର୍ଯ୍ୟନ୍ତ ମଧ୍ୟ ମୃତ୍ୟୁ ଘଟଣାର ଖିଅ ପାଇପାରିନି କ୍ରାଇମବ୍ରାଞ୍ଚ । ପିଏସଓ ଚିତ୍ତରଞ୍ଜନ ମୃତ୍ୟୁକୁ ନେଇ ଯୋଜନାବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା ବିବାଦରେ ରହିଛନ୍ତି । ସେହିପରି କ୍ରାଇମବ୍ରାଞ୍ଚର ତଦନ୍ତକୁ ନେଇ ମଧ୍ୟ ପ୍ରଶ୍ନ ଉଠୁଛି ।



