Monday, November 16, 2026
Home ଆଞ୍ଚଳିକ ବେଲଗୁଣ୍ଠାରେ ଅସ୍ଥାୟୀ ଭାବେ ନୂତନ ବସ୍ ଷ୍ଟାଣ୍ଡ କାର୍ଯ୍ୟକ୍ଷମ

ବେଲଗୁଣ୍ଠାରେ ଅସ୍ଥାୟୀ ଭାବେ ନୂତନ ବସ୍ ଷ୍ଟାଣ୍ଡ କାର୍ଯ୍ୟକ୍ଷମ

121

ବେଲଗୁଣ୍ଠା, ୨୦/୧୨/୨୧ (ଜିଲ୍ଲା ଖବର ) : ବେଲଗୁଣ୍ଠା ସହରରେ ବସ୍ ଷ୍ଟାଣ୍ଡଟିଏ ନିର୍ମାଣ ହୋଇପାରିନଥିବାରୁ ସହରକୁ ଆସୁଥିବା ଯାତ୍ରୀବାହୀ ବସ୍ ଗୁଡ଼ିକ ସମେତ ଅନ୍ୟାନ୍ୟ ଯାନବାହନ ଗୁଡ଼ିକ ଯାତ୍ରୀ ଚଢ଼ିବା ଏବଂ ଓହ୍ଳାଇବା ପାଇଁ ମୁଖ୍ୟ ରାସ୍ତାରେ ଘଣ୍ଟା ଘଣ୍ଟା ଧରି ଛିଡ଼ା ହୋଇ ରହିବା ଫଳରେ ବେଲଗୁଣ୍ଠା ସହର ମଧ୍ୟରେ ରାସ୍ତା ଅବରୋଧ ଭଳି ସମସ୍ୟା ଦେଖାଦେଉଥିଲା I ତେଣୁ ବେଲଗୁଣ୍ଠା ସହରରେ ଏକ ବସ୍ ଷ୍ଟାଣ୍ଡ ନିର୍ମାଣ ପାଇଁ ଅଞ୍ଚଳବାସୀ ଦୀର୍ଘଦିନ ଧରି ଦାବି କରୁଥିଲେ I ବେଲଗୁଣ୍ଠାର ଗୁରୁତର ଟ୍ରାଫିକ୍ ସମସ୍ୟା ପୋଲିସ୍ ଏବଂ ପ୍ରଶାସନକୁ ମଧ୍ୟ ଚିନ୍ତାରେ ପକାଇଦେଉଥିଲା I ଏହାକୁ ଦୃଷ୍ଟିରେ ରଖି ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟ ନିର୍ବାହି ଅଧିକାରୀ ରାକେଶ କୁମାର ପାତ୍ର ପ୍ରସ୍ତାବିତ ନୂତନ ବସ୍ ଷ୍ଟାଣ୍ଡକୁ ଅସ୍ଥାୟୀ ଭାବେ କାର୍ଯ୍ୟକ୍ଷମ କରାଇବା ପାଇଁ ଅଣ୍ଟା ଭିଡିଥିଲେ I ଏହା ସହିତ ବସ୍ ଷ୍ଟାଣ୍ଡରେ ଯାତ୍ରୀଙ୍କ ସୁରକ୍ଷା ପାଇଁ ରାସ୍ତା ନିର୍ମାଣ, ଯାତ୍ରୀ ବିଶ୍ରାମାଗାର,ଜାଣତରେ ଶୌଚାଳୟ,ପାନୀୟ ଜଳା ବ୍ୟବସ୍ଥା, ଆଲୋକୀକରଣ ସହିତ ଯାତ୍ରୀଙ୍କ ରାତ୍ରି ରହଣି ପାଇଁ ଏକ ଯାତ୍ରୀ ଶୟନାଗାର ନିର୍ମାଣ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ କରିଥିଲେ I ବର୍ତ୍ତମାନ ଯାତ୍ରୀ ଶୟନାଗାର ନିର୍ମାଣାଧୀନ ଥିବା ବେଳେ ଅନ୍ୟ ସମସ୍ତ କାର୍ଯ୍ୟ ସରିଯାଇଥିବା ଯୋଗୁଁ ବସ୍ ଷ୍ଟାଣ୍ଡକୁ ଅସ୍ଥାୟୀଭାବେ କାର୍ଯ୍ୟକ୍ଷମ କରିବା ପାଇଁ ବେଲଗୁଣ୍ଠା ଥାନା ଅଧିକାରୀ ପ୍ରକାଶ କୁମାର ସାହୁ ନିର୍ବାହି ଅଧିକାରୀ ଶ୍ରୀ ପାତ୍ରଙ୍କ ସହ ଆଲୋଚନା କରିଥିଲେ I ଆଲୋଚନା ପ୍ରକାରେ ଦୁଇ ଦିନ ହେବ ନୂତନ ବସ୍ ଷ୍ଟାଣ୍ଡଟି ଅସ୍ଥାୟୀ ଭାବେ କାର୍ଯ୍ୟକ୍ଷମ ହୋଇଥିବା ସୂଚନା ମିଳିଛି I ତେଣୁ ଯାତ୍ରୀବାହୀ ବସ୍ ଗୁଡ଼ିକ ଜଗନ୍ନାଥପ୍ରସାଦ ରୋଡ୍ ନୂତନ ବସ୍ ଷ୍ଟାଣ୍ଡରେ ଅଟକୁଥିବା ଦେଖିବାକୁ ମିଳିଛି I ସେଠାରେ କାର୍ଯ୍ୟରତ ପୋଲିସ୍ ଏବଂ ଟ୍ରାଫିକ୍ ପୋଲିସ୍ ମଧ୍ୟ ଦିନ ସାରା କାର୍ଯ୍ୟ କରୁ୍ଥିବା ଦେଖିବାକୁ ମିଳିଛି Iକିନ୍ତୁ ସନ୍ଧ୍ୟା ସମୟରେ ବସ୍ ଗୁଡ଼ିକ ବସ୍ ଷ୍ଟାଣ୍ଡକୁ ନଯାଇ ମୁଖ୍ୟ ରାସ୍ତାରେ ଅଟକି ଯାଉଥିବାରୁ ବସ୍ ଷ୍ଟାଣ୍ଡରେ ଅପେକ୍ଷା କରୁଥିବା ଯାତ୍ରୀମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି I ତେଣୁ ଏ ଦିଗରେ ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି ।