Thursday, November 12, 2026
Home ଆଞ୍ଚଳିକ ଯେକୌଣସି ସମୟରେ ଆସିପାରେ ପଞ୍ଚାୟତ ନିର୍ବାଚନ ବିଜ୍ଞପ୍ତି

ଯେକୌଣସି ସମୟରେ ଆସିପାରେ ପଞ୍ଚାୟତ ନିର୍ବାଚନ ବିଜ୍ଞପ୍ତି

73

୧୯/୧୨/୨୧ (ଜିଲ୍ଲା ଖବର ) : ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ କମିଶନଙ୍କ ପ୍ରସ୍ତୁତି । ଯେକୌଣସି ସମୟରେ ଆସିପାରେ ପଞ୍ଚାୟତ ନିର୍ବାଚନ ବିଜ୍ଞପ୍ତି । ପଞ୍ଚାୟତ ନିର୍ବାଚନ ସମ୍ବନ୍ଧିତ ନିର୍ଦ୍ଦେଶନାମା ଜାରି କରିଛନ୍ତି ରାଜ୍ୟ ନିର୍ବାଚନ କମିଶନ । ଯେକୌଣସି ସମୟରେ ପଞ୍ଚାୟତ ନିର୍ବାଚନ ନେଇ ପ୍ରକାଶ ପାଇବ ବିଜ୍ଞପ୍ତି ।

ବିଜ୍ଞପ୍ତି ପ୍ରକାଶ ପାଇବା ଦିନ ଠାରୁ ଆଦର୍ଶ ଆଚରଣ ବିଧି ଲାଗୁ ହେବ । ଭୋଟ ଗଣତି ପର୍ଯ୍ୟନ୍ତ ଆଦର୍ଶ ଆଚରଣ ବିଧି ବଳବତ୍ତର ରହିବ ବୋଲି ନିର୍ଦ୍ଦେଶନାମାରେ ଉଲ୍ଲେଖ କରାଯାଇଛି । ତେବେ ଏଥର ମୋଟ୍ ୯୧ ହଜାର ୯୧୬ ଓ୍ୱାର୍ଡରେ ଓ୍ୱାର୍ଡ ମେମ୍ବର ନିର୍ବାଚନ ହେବ । ୬ ହଜାର ୭୯୪  ପଂଚାୟତରେ ସରପଞ୍ଚ ଏବଂ ସମିତି ମେମ୍ବର ପାଇଁ ଭୋଟ ହେବ । ୮୫୩ଟି ଜିଲ୍ଲା ପରିଷଦ ସଦସ୍ୟ ପାଇଁ ଭୋଟ ହେବ ।