ହାତୀ ଆକ୍ରମଣରେ ଜଣେ ମୃତ

52

ଦେବଗଡ, ୧୯/୧୨/୨୧ (ଜିଲ୍ଲା ଖବର ) : ହାତୀ ଆକ୍ରମଣରେ ଜଣେ ମୃତ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି  ଦେବଗଡ ବନଖଣ୍ଡ ଲଇମୁରା ଫରେଷ୍ଟ ସେକ୍ସନର ସାଲୋହୀ ଗ୍ରାମରେ । ଗାଁର ୬୦ ବର୍ଷିୟ ଜୟୀରାମ କିସାନଙ୍କୁ  ଦଳି ଦେଲା  ହାତୀ।  ଭୋର ୪ଟା ସମୟରେ କାନ୍ଥ ଭାଙ୍ଗି ଜୟୀରାମଙ୍କ ଘର ଭିତରକୁ ହାତୀ ପଶିବାକୁ ଉଦ୍ୟମ କରୁଥିଲା। ଏଥିରେ ଭୟଭିତ ହୋଇ ଜୟୀରାମ ଘର ଭିତରୁ ଦୌଡି ବାହାରକୁ ଯାଉଥିବା ବେଳେ ହାତୀଟି ତାଙ୍କୁ କଚାଡି ଦେଇଥିଲା ।

ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ପରିବାର ଲୋକ ତାଙ୍କୁ ଉଦ୍ଧାର କରି ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ତାଙ୍କୁ ଡାକ୍ତର ମୃତ୍ୟୁ ଘୋଷଣା କରିଛନ୍ତି ।