Home ଅପରାଧ ଡିମିରିଆ ପରେ ଏବେ ଏକଡାଳ ମହାନଦୀ କୂଳରେ କୁମ୍ଭୀର, ଭୟଭୀତ ଅବସ୍ଥାରେ ଲୋକେ

ଡିମିରିଆ ପରେ ଏବେ ଏକଡାଳ ମହାନଦୀ କୂଳରେ କୁମ୍ଭୀର, ଭୟଭୀତ ଅବସ୍ଥାରେ ଲୋକେ

70

କଟକ, ୧୯/୧୨/୨୧ (ଜିଲ୍ଲା ଖବର ) : ଡିମିରିଆ ପରେ ଏବେ ଏକଡାଳ ମହାନଦୀ କୂଳରେ କୁମ୍ଭୀର । ସାତକୋଶିଆ ଗଣ୍ଡରୁ କୁମ୍ଭୀର ପଳାଇ ଆସି ଏକଡାଳ ନଦୀ କୂଳ ଏବଂ ବାଲିରେ ବୁଲୁଥିବାରୁ ସାଧାରଣ ଲୋକେ ଦେଖିଥିଲେ ।

ଯାହାକୁ ନେଇ ଭୟଭୀତ ହୋଇଯାଇଛନ୍ତି ସ୍ଥାନୀୟ ଲୋକେ । ଘଡ଼ିଆଳ କୁମ୍ଭୀର ଵଂଶ ବୃଦ୍ଧି ନିମନ୍ତେ ଗତ ୨ ତାରିଖରେ ନନ୍ଦନକାନନରୁ ୪ଟି କୁମ୍ଭୀର ଆଣି ମହାନଦୀର ସାତକୋଶିଆ ଗଣ୍ଡରେ ଛାଡ଼ି ଥିଲା ବନ ବିଭାଗ । ସେହି କୁମ୍ଭୀର ବିଭିନ୍ନ ସମୟରେ ଏକଡାଳ, ଘୋରାଡ଼ିଆ, ଡିମିରିଆ, ନୂଆପାଟଣା,ଚକ୍ରଗଡ଼ ଆଦି ବିଭିନ୍ନ ନଦୀ କୁଳିଆ ଗାଁ ନିକଟ ନଦୀ ଘାଟ ଏବଂ ବାଲିକୁ ଉଠି ଆସୁଥିବାରୁ ଲୋକେଭୟଭୀତ ହୋଇ ଯାଉଛନ୍ତି ।