
ଆସିକା (ଜିଲ୍ଲା ଖବର) : ସମଗ୍ର ଶିକ୍ଷା ଆନୁକୂଲ୍ୟରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ କୃତିବାସ ବାରିକ ଆସିକାଙ୍କ ତତ୍ତ୍ବାବଧାନରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଆସିକା ଠାରେ ଅନୁଷ୍ଠିତ ହୋଇଯାଇଛି ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ। ଉଦଘାଟନ ଭାବେ ଆସିକା ବିଧାୟିକା ମଞ୍ଜୁଳା ସ୍ବାଇଁ,ମୁଖ୍ୟଵକ୍ତା ପ୍ରଦୀପ ପ୍ରଜ୍ଜଳନ କରି କାର୍ଯ୍ୟକ୍ରମକୁ ଆଗେଇ ନେଇଥିବା ବେଳେ ମୁଖ୍ୟବକ୍ତା ଭାବେ ଆସିକା ବ୍ଳକ ଉନ୍ନୟନ ଅଧିକାରୀ ସତ୍ୟସୁନ୍ଦର ରାଉତ, ସମ୍ମାନୀତ ଅତିଥି ଭାବେ ଅତିରିକ୍ତ ତହସିଲର ଆଶୁତୋଷ ଗୌରବକର ,ବ୍ଲକ ଚେୟାରମ୍ୟାନ ଶ୍ରୀ ହରେକୃଷ୍ଣ ମଲ୍ଲିକ, ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଜଲ୍ଲି ମହାପାତ୍ର ଯୋଗଦେଇ ଥିଲେ। ଅତିଥି ମାନଙ୍କ କରକମଳରେ ‘ପ୍ରୟାସ ‘ପତ୍ରିକା ଉନ୍ମୋଚନ ହୋଇଥିବା ବେଳେ ୧୧ ଗୋଟି ତିନିଚକିଆ ସାଇକେଲ,୧୫ଟି ଦୁଇଚକିଆ ସାଇକେଲ, ୬ଟି ଭୋଲେଟର୍, ୪୧ଟି ଏମ ଏସ ଆଇ ଇଡି କିଟ୍ ଦିବ୍ୟାଂଗ ପିଲା ମାନଙ୍କୁ ବଣ୍ଟନ କରାଯାଇଅଛି ମୋଟ ୧୨୦ ଜଣ ଦିବ୍ୟାଂଗ ଛାତ୍ର ଛାତ୍ରୀ ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ପରିବେଷଣ ହୋଇଥିଲା। ମଞ୍ଚ ପରିଚାଳନା କରିଥିଲେ ସି ଆର ସି ସି ସରୋଜ କୁମାର ନାୟକ ଏବଂ ଜଗନ୍ନାଥ ଦାସ। ସମସ୍ତ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ସମ୍ବଳ ଶିକ୍ଷକ ହେମନ୍ତ ନନ୍ଦ, ମନ୍ଦାକିନୀ ରଥ। ଅନ୍ୟ ମାନଙ୍କ ମଧ୍ୟରେ ବିଭିନ୍ନ କ୍ଲଷ୍ଟରର ସି ଆର ସି ସି ଯଥା ବିଦ୍ୟାଧର ସାହୁ, ଶୁଭେନ୍ଦୁ କୁମାର ଲେଙ୍କା,ଧୋବା ବେହେରା, ସିମାଞ୍ଚଳସେଠୀ ,କାଳୁଚରଣ ଖଣ୍ଡୁଆ, ଶିବଶଙ୍କର ଜେନା, ସତ୍ୟନାରାୟଣ ସେଠୀ, ନିରଞ୍ଜନ ପରିଡା, ଅମୀୟ ସିନ୍ଧୁ ମୁନି ପ୍ରମୁଖ ସହଯୋଗ କରିଥିଲେ। ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ କୃତିବାସ ବାରିକଙ୍କ ସଭାପତିତ୍ବରେ ଉକ୍ତ କାର୍ଯ୍ୟକ୍ରମ ସମାପନ ହୋଇଥିଲା।
ରିପୋର୍ଟ ରତ୍ନାକର ଶିଅ




