ସ୍ମାର୍ଟ କାର୍ଡ ବଣ୍ଟନକୁ ନେଇ BJDରେ ଫାଟ

63

କଟକ,୧୯/୧୨/୨୧ (ଜିଲ୍ଲା ଖବର ) : ନିଆଳି ବିଜେଡ଼ିରେ ଫାଟ । ପୁଣି ପଦାରେ ପଡିଲା ବିଜେଡିର ଗୋଷ୍ଠୀ କନ୍ଦଳ। BSKY ସ୍ମାର୍ଟ କାର୍ଡ ବଣ୍ଟନକୁ ନେଇ ନିଆଳିରେ ଛକାପଞ୍ଝା। ବିଧାୟକଙ୍କୁ ବିରୋଧ କରୁଛନ୍ତି ବିଜେଡି କର୍ମୀ। ସରପଞ୍ଚଙ୍କୁ ଅଣଦେଖା କରି ନିଆଳି ବିଜେଡି ବିଧାୟକ ପ୍ରମୋଦ ମଲ୍ଲିକ ଗାଁ ଗାଁରେ  ବାଣ୍ଟୁଛନ୍ତି କାର୍ଡ।

ପ୍ରତିବାଦରେ କଣ୍ଟାପଡା ବ୍ଳକ  ବ୍ରାହ୍ମଣବାଟୀ ଗ୍ରାମପଞ୍ଚାୟତ କଲ୍ୟାଣମଣ୍ଡପ ସମ୍ମୁଖରେ ସରପଞ୍ଚ ସମର୍ଥକଙ୍କ ଧାରଣା। ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ କାର୍ଡ ବଣ୍ଟନ ପାଇଁ ଟେଣ୍ଡ ହୋଇଥିବା ବେଳେ  ବିଧାୟକ ନିଜ ସମର୍ଥକଙ୍କ ସହିତ ଅନ୍ୟତ୍ର ଏକ ସଭାରେ ବାଣ୍ଟିଲେ କାର୍ଡ। ବ୍ଳକ ପ୍ରଶାସନର ସହାୟତାରେ ସରକାରୀ କାର୍ଯ୍ୟକ୍ରମକୁ ଦଳୀୟ କାର୍ଯ୍ୟକ୍ରମରେ ପରିଣତ କରିଛନ୍ତି ବିଧାୟକ।

ଏହାକୁ ବିରୋଧ  କରି ଆଜି ଶତାଧିକ ଗ୍ରାମବାସୀ କାର୍ଡ ଗ୍ରହଣ କରିନଥିଲେ।  ପରେ ଘଟଣାସ୍ଥଳରେ ଉତେଜନା ପ୍ରକାଶ ପାଇବାରୁ ଗୋବିନ୍ଦପୁର ପୋଲିସ ଓ କଣ୍ଟାପଡା BDO ଲୋକଙ୍କୁ ବୁଝାସୁଝା କରିଛନ୍ତି।