Monday, November 16, 2026
Home ଆଞ୍ଚଳିକ ବିବାଦରେ ତଦନ୍ତକାରୀ ସଂସ୍ଥା କ୍ରାଇମବ୍ରାଞ୍ଚ

ବିବାଦରେ ତଦନ୍ତକାରୀ ସଂସ୍ଥା କ୍ରାଇମବ୍ରାଞ୍ଚ

39

୧୯/୧୨/୨୧ (ଜିଲ୍ଲା ଖବର ) : ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମାଙ୍କ ବ୍ୟକ୍ତିଗତ ସହାୟକ ଚିତ୍ତରଞ୍ଜନ ପଲ୍ଲେଇ ମୃତ୍ୟୁ ଘଟଣାକୁ ନେଇ ବିବାଦରେ ସଞ୍ଜୟ ଦାସବର୍ମା । ଆଉ ବିବାଦରେ ତଦନ୍ତକାରୀ ସଂସ୍ଥା କ୍ରାଇମବ୍ରାଞ୍ଚ । ସଞ୍ଜୟଙ୍କ ଚାପରେ ତଦନ୍ତ ବାଟବଣା ହେଉଥିବାର ସଙ୍ଗୀନ ଅଭିଯୋଗ । ପରିବାର ଲୋକଙ୍କ ସ୍ୱର ପରିବର୍ତ୍ତନ ପାଇଁ ଚାପ ପଡୁଥିବାର ସଙ୍ଗୀନ ଅଭିଯୋଗ ହେଉଥିବା ବେଳେ ଆଜି ଏହି ଘଟଣାରେ ବିସ୍ପୋରକ ବୟାନ୍ ଦେଉଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ଆଉ ନିରଞ୍ଜନ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମାଙ୍କୁ ମାରିଛନ୍ତି ତେରଚ୍ଛା ବାଣ । ନିରଞ୍ଜନ କହିଛନ୍ତି ଏହି ଘଟଣାରେ ଦୁର୍ଗନ୍ଦ ରହିଛି। ସନ୍ଦେହ ହେବା ସ୍ୱାଭାବିକ୍ ।

ଘଟଣା ଘଟିବାର ପ୍ରଥମ ଦିନରୁ ବିବାଦରେ ଅଛନ୍ତି ଖୋଦ୍ ଶାସକ ବିଜେଡିର ପାୱାରଫୁଲ୍ ନେତା ତଥା ବିଜେଡି କାର୍ଯ୍ୟାଳୟ ସମ୍ପାଦକ ସଞ୍ଜୟ ଦାସବର୍ମା । ଯୋଜନା ବୋର୍ଡ ଉପାଧ୍ୟକ୍ଷ ତଥା କ୍ୟାବିନେଟ୍ ପାହ୍ୟାର ଦାସବର୍ମା ଚିତ୍ତହତ୍ୟାକାଣ୍ଡର ଷଡଯନ୍ତ୍ରକାରୀ ନେଇ ପ୍ରଥମର ପରିବାର ଲୋକେ ଆଣିଥିଲେ ଅଭିଯୋଗ ।

ପରିବାରର ଏକାଧିକ ସଦସ୍ୟ ସଞ୍ଜୟଙ୍କ ନାଁରେ ଅଭିଯୋଗ ଆଣିଥିବା ବେଳେ କ୍ରାଇମବ୍ରାଞ୍ଚ ସଠିକ୍ ତଦନ୍ତ କରିବ ନାହିଁ ବୋଲି କହିଛି ପୁରୀ ଜିଲ୍ଲା ବିଜେପି । ପ୍ରଥମେ ସଞ୍ଜୟଙ୍କୁ ତାଙ୍କର ପଦବୀରୁ ବହିଷ୍କାର କରିବାର ଆବଶ୍ୟକ ରହିଛି । ଆଉ ସଞ୍ଜୟଙ୍କ ଗିରଫଦାରୀ କଂଗ୍ରେସ ଦାବି କରିଥିବା ବେଳେ ଜବାବ ରଖିଛନ୍ତି ସଞ୍ଜୟ ।

ସେପଟେ ତଦନ୍ତ ନାଁରେ ଏବେ ବିବାଦରେ କ୍ରାଇମବ୍ରାଞ୍ଚ । କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜିବ ପଣ୍ଡା ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛନ୍ତି । ତଦନ୍ତ ଅଗ୍ରଗତି ନେଇ ଏଡିଜି ସୂଚନା ଦେଇଥିଲେ ହେଁ ଘଟଣାର ଏତେଦିନ ପରେ ବି ଘଟଣା ଉପରୁ ପରଦା ହଟାଇ ପାରିନାହିଁ କ୍ରାଇମବ୍ରାଞ୍ଚ । ଯ।ହା ତଦନ୍ତକାରୀ ସଂସ୍ଥାର ପାରିବାପଣିଆ ଉପରେ ପ୍ରଶ୍ନ ଉଠୁଛି । ଆଉ ଦସବର୍ମାଙ୍କ ଚାପରେ ଚେପା ହେଉନାହିଁ ତ କ୍ରାଇମବ୍ରାଞ୍ଚ ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ ।

ଚିତ୍ତରଞ୍ଜନ ହତ୍ୟାକାଣ୍ଡ ଘଟଣା ଠାରୁ ପୁରୀ ସର୍କିଟ ହାଉସରେ ରହି ଆସୁଥିଲେ ସଞ୍ଜୟ । କେତେବେଳେ ଏସପିଙ୍କୁ ଭେଟୁଥିଲେ ତ ଆଉ କେତେବେଳେ ଚିତ୍ତଙ୍କ ବଡବାପାଙ୍କୁ ଧରି ଏସପିଙ୍କ ସହ ଆଲୋଚନା କରୁଥିଲେ । ଆଉ ଯାହା ପରେ ନିଜର ମତ ପରିବର୍ତ୍ତନ କରିଥିଲେ ଚିତ୍ତଙ୍କ ପରିବାର ଲୋକ । ଏବେ ପ୍ରଶ୍ନ….

ପୁରୀ ସର୍କିଟ ହାଉସର ସିସିଟିଭି ଯାଞ୍ଚ କରିବ ତ କ୍ରାଇମବ୍ରାଞ୍ଚ ? ଚିତ୍ତରଞ୍ଜନଙ୍କ ମୋବାଇଲ୍ କଲ୍ ଯାଞ୍ଚ କରିବ ତ ତଦନ୍ତକାରୀ ସଂସ୍ଥା ? ପ୍ରଥମେ ଚିତ୍ତଙ୍କ ପତ୍ନୀ ସଞ୍ଜୟ ଦାସବର୍ମାଙ୍କ ନାଁ ରେ ଅଭିଯୋଗ ଆଣିଥିବା ବେଳେ ତଦନ୍ତର ସମ୍ମୁଖୀନ ହେବେ ତ ସଞ୍ଜୟ ? ସଞ୍ଜୟଙ୍କ ସରକାରୀ ପିଏସଓ ଅଟକ ଥିବା ବେଳେ ସଞ୍ଜୟଙ୍କ ମୋବାଇଲ୍ କଲ୍ ଯାଞ୍ଚ ହେବ କି ? ପିଏ ବଦଳି ନେଇ ହୋଇଥିଲା କି କିଛି ବିଭ୍ରାଟ ?