Monday, November 16, 2026
Home ଆଞ୍ଚଳିକ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ବଢାଇଲା ଚିନ୍ତା, ଦେଶରେ ଚିହ୍ନଟ ହୋଇଛନ୍ତି ୩୦ ଆକ୍ରାନ୍ତ

କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ବଢାଇଲା ଚିନ୍ତା, ଦେଶରେ ଚିହ୍ନଟ ହୋଇଛନ୍ତି ୩୦ ଆକ୍ରାନ୍ତ

50

୧୯/୧୨/୨୧ (ଜିଲ୍ଲା ଖବର ) : କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ବଢାଇଲା ଚିନ୍ତା । ଶନିବାର ଗୋଟିଏ ଦିନରେ ଦେଶରେ ଚିହ୍ନଟ ହୋଇଛନ୍ତି ୩୦ ଆକ୍ରାନ୍ତ । ଯାହା ଗୋଟିଏ ଦିନରେ ସର୍ବାଧିକ ।  ତେଲେଙ୍ଗାନାରୁ ୧୨, ମହାରାଷ୍ଟ୍ରରୁ ୮, କର୍ଣ୍ଣାଟକରୁ ୬ ଓ କେରଳରୁ ୪ ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିସହ ଦେଶରେ ମୋଟ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୧୪୩ରେ ପହଁଚିଛି । ତେଲେଙ୍ଗାନାରୁ ଚିହ୍ନଟ ହୋଇଥିବା ୧୨ ଜଣଙ୍କ ମଧ୍ୟରୁ ୨ଜଣ ରିସ୍କ ଦେଶରୁ ଫେରିଥିବାବେଳେ ଅନ୍ୟ ୧୦ ଜଣ ବାହାର ବିଦେଶରୁ ଫେରିଛନ୍ତି। ମହାରାଷ୍ଟ୍ରରେ ଚିହ୍ନଟ ହୋଇଥିବା ୮ଜଣଙ୍କ ମଧ୍ୟରୁ ୪ଜଣ ମୁମ୍ବାଇ, ୩ ସତାରା ଓ ଜଣେ ପୁନେରୁ ଚିହ୍ନଟ ହୋଇଛନ୍ତି ।

ମହାରାଷ୍ଟ୍ରରେ ବର୍ତ୍ତମାନ ସୁଦ୍ଧା ୪୮ ଜଣ ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇସାରିଛନ୍ତି । ସେହିପରି ତେଲେଙ୍ଗାନାରୁ ୨୧, ରାଜସ୍ଥାନରୁ ୧୭, କର୍ଣ୍ଣାଟକରୁ ୧୪, କେରଳରୁ ୧୧, ଗୁଜୁରାଟରୁ ୭, ତାମିଲନାଡୁରୁ ଏବଂ  ପଶ୍ଚିମବଙ୍ଗରୁ ଜଣେ ଲେଖାଏ କରୋନାର ନୂଆ ପ୍ରକାର ଓମିକ୍ରନରେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାରି ଭିତରେ ବିଶେଷଜ୍ଞଙ୍କ ଆକଳନ ଦେଶରେ ତୃତୀୟ ଲହର ନିଶ୍ଚିତ। ବିଦେଶରେ ଯେଭଳି ସଂକ୍ରମଣ ବଢିଚାଲିଛି ଦେଶରେ ତୃତୀୟ ଲହର ସୁନିଶ୍ଚିତ। ଜାନୁୟାରୀ ତୃତୀୟ ସପ୍ତାହ ବେଳକୁ ସଂକ୍ରମଣ ଶୀର୍ଷକୁ ଛୁଇଁବା ସହ ରାଜ୍ୟରେ ଦୈନିକ ସଂକ୍ରମଣ ୫୦ହଜାର ହୋଇପାରେ। ତେବେ ସିଭିୟରିଟି ହାର କମ୍ ରହିବ ବୋଲି ଆକଳନ କରିଛନ୍ତି ବିଶେଷଜ୍ଞ।