
୧୯/୧୨/୨୧ (ଜିଲ୍ଲା ଖବର ) : ଭାରତ ଏବଂ ମଧ୍ୟ ଏସିଆ ଦେଶ ଗୁଡିକ ମଧ୍ୟରେ ତୃତୀୟ ବୈଠକ ଆରମ୍ଭ ହୋଇଛି । ଆଜି ଡାଏଲଗର ଦ୍ୱିତୀୟ ଦିନରେ ତୁର୍କମେନିସ୍ତାନ, ଉଜବେକିସ୍ତାନର ବିଦେଶ ମନ୍ତ୍ରୀଙ୍କ ସହ ବୈଠକ କରିବେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ.ଜୟଶଙ୍କର। ବୈଠକରେ ଉଭୟ ପକ୍ଷର ବାଣିଜ୍ୟ, ସଂଯୋଗୀକରଣ ଏବଂ ବିକାଶ ସହଯୋଗକୁ ଆହୁରି ମଜବୁତ କରିବା ସହିତ ପାରସ୍ପରିକ ସ୍ୱାର୍ଥର ଆଞ୍ଚଳିକ ତଥା ବୈଶ୍ୱିକ ସ୍ତରୀୟ ପ୍ରସଙ୍ଗରେ ମତ ବିନିମୟ ପାଇଁ ଆଲୋଚନା କରାଯିବ ।
ଏହାପୂର୍ବରୁ ଅକ୍ଟୋବର ମାସରେ ଡିଜିଟାଲ୍ ମାଧ୍ୟମରେ ଭାରତ ଏବଂ ମଧ୍ୟ ଏସିଆ ଦେଶ ଗୁଡିକର ଦ୍ୱିତୀୟ ବୈଠକ ଅନୁଷ୍ଠିତ ହୋଇଥିଲା। 18 ତାରିଖରୁ ଆରମ୍ଭ ହୋଇଥିବା ତୃତୀୟ ବୈଠକ 20 ଡିସେମ୍ବର ପର୍ଯ୍ୟନ୍ତ ଚାଲିବ। ତୁର୍କମେନିସ୍ତାନ, କାଜାଖସ୍ତାନ, ତାଜିକିସ୍ତାନ, କିର୍ଗିଜସ୍ଥାନ ଏବଂ ଉଜବେକିସ୍ତାନର ପାଞ୍ଚଟି ଦେଶର ବିଦେଶ ମନ୍ତ୍ରୀ ଏଥିରେ ସାମିଲ ହେବ। ଯେଉଁଥିରେ ସମସ୍ତ ଦେଶ ନିଜ ନିଜ ସ୍ୱାର୍ଥ ସହ ଜଡିତ ଦ୍ୱିପାକ୍ଷିକ, ଆଞ୍ଚଳିକ ଏବଂ ଆନ୍ତର୍ଜାତୀୟ ପ୍ରସଙ୍ଗ ଉପରେ ଆଲୋଚନା କରିବେ | ତିନି ଦିନିଆ ଭାରତ-ମଧ୍ୟ ଏସିଆ ଦେଶର ଗୁଡିକ ବୈଠକରେ ଆଫଗାନିସ୍ତାନର ସାମ୍ପ୍ରତିକ ପରିସ୍ଥିତି ଏକ ପ୍ରମୁଖ ପ୍ରସଙ୍ଗ ହେବ।



