
୧୯/୧୨/୨୧ (ଜିଲ୍ଲା ଖବର ) : ଇତିହାସ ରଚି ବିଶ୍ୱ ବ୍ୟାଡ ମିଣ୍ଟନ ପ୍ରତିଯୋଗିତାର ଫାଇନାଲରେ ପ୍ରବେଶ କରିଛନ୍ତି ଭାରତର ଷ୍ଟାର ସଟଲର କିଦାମ୍ବି ଶ୍ରୀକାନ୍ତ । ବିଶ୍ୱ ବ୍ୟାଡମିଣ୍ଟନ ଚାମ୍ପିୟନସିପର ଫାଇନାଲରେ ପ୍ରବେଶ କରିବାରେ ଶ୍ରୀକାନ୍ତ ପ୍ରଥମ ଭାରତୀୟ। ସେମିଫାଇନାଲରେ ଶ୍ରୀକାନ୍ତ ଭାରତର ହିଁ ଯୁବ ଖେଳାଳି ଲକ୍ଷ୍ୟ ସେନଙ୍କୁ 17-21, 21-14,21-17ରେ ପରାସ୍ତ କରିଥିଲେ।
ପ୍ରଥମ ଗେମ ହାରିବା ପରେ ନିଜ ଲୟକୁ ଫେରି ପରବର୍ତ୍ତି ଦୁଇ ଗେମକୁ ଜିତି ନେଇଥିଲେ ଶ୍ରୀକାନ୍ତ । ପ୍ରଥମ ଭାରତୀୟ ପୁରୁଷ ଭାବେ ବିଶ୍ୱ ବ୍ୟାଡମିଣ୍ଟନ ଫାଇନାଲରେ ପ୍ରବେଶ କରିଥିବା ଶ୍ରୀକାନ୍ତଙ୍କ ସ୍ୱର୍ଣ୍ଣ କିମ୍ବା ରୌପ୍ୟ ଜିତିବା ନିଶ୍ଚିତ ହୋଇଥିବା ବେଳେ ଲକ୍ଷ୍ୟ ବ୍ରୋଞ୍ଜ ପଦକ ପାଇବେ ।



