Home ଆଞ୍ଚଳିକ ଦିନ କେଇଟା ପରେ ଖ୍ରୀଷ୍ଟ ମାସ ବା ବଡ଼ ଦିନ, ବଜାରରେ ବିକ୍ରି ହେଉଛି ଭଳି...

ଦିନ କେଇଟା ପରେ ଖ୍ରୀଷ୍ଟ ମାସ ବା ବଡ଼ ଦିନ, ବଜାରରେ ବିକ୍ରି ହେଉଛି ଭଳି କି ଭଳି ସାନ୍ତାକ୍ଲଜ

79

୧୯/୧୨/୨୧ (ଜିଲ୍ଲା ଖବର ) : ଦିନ କେଇଟା ପରେ ଖ୍ରୀଷ୍ଟ ମାସ ବା ବଡ଼ ଦିନ। ଧରାବତରଣ କରିବେ ପ୍ରଭୁ ଯୀଶୁ। ପ୍ରଭୁ ଯୀଶୁଙ୍କୁ ସ୍ୱାଗତ କରିବା ପାଇଁ ଆରମ୍ଭ ହୋଇ ଗଲାଣି ପ୍ରସ୍ତୁତି। ଘର ସାଜ ସଜା ଆରମ୍ଭ କଲେଣି ଶ୍ରଦ୍ଧାଳୁ। ବଜାରରେ ଲାଗି ଲାଣି ଗ୍ରାହକଙ୍କ ଭିଡ଼। ବଜାରରେ ବିଭିନ୍ନ ସାଜସଜ୍ଜା ସାମଗ୍ରୀର ପସରା ମଧ୍ୟ ବସିଲାଣି। ସାନ୍ତାକ୍ଲଜ, ଟୋପି, ଏକ୍ସମାସ ଟ୍ରିର ଚାହିଦା ସବୁଠୁ ଅଧିକା। ଗ୍ରାହକଙ୍କ ଚାହିଦା ଅନୁଯାୟୀ ବ୍ୟବସାୟୀ ମଧ୍ୟ ସାମଗ୍ରୀ ଯୋଗାଉ ଦେଉଛନ୍ତି। କରୋନା ପାଇଁ ଧୁମଧାମରେ ଉତ୍ସବ ପାଳନ ହେବନାହିଁ ସତ ହେଲେ ଲୋକଙ୍କ ମନରୁ ଉତ୍ସାହ କମିନି। ଚଳିତ ବର୍ଷ ଆକର୍ଷଣରେ ରହିଛି 10 ହଜାର ଟଙ୍କିଆ ସାନ୍ତାକ୍ଲଜ। ଯେଉଁଥିରେ ସାନ୍ତା 3 ଫୁଟ ରହିଥିବା ବେଳେ ଏହା ଡ୍ୟାନ୍ସ ମଧ୍ୟ କରୁଛି । କେବଳ ଡାନ୍ସ ନୁହେଁ ଜିଙ୍ଗଲ ବେଲ ଗୀତ ମଧ୍ୟ ବାଜୁଛି। । ଯାହା ଲୋକଙ୍କୁ ବେଶ ପସନ୍ଦ ଆସୁଛି । ସବୁଠୁ ଅଧିକ ଗହଳି ଜମୁଛି ଏକନମ୍ବର ହାଟରେ ।

କେବଳ ଖ୍ରୀଷ୍ଟ ଧର୍ମବଲମ୍ବୀ ନୁହେଁ ବିଭିନ୍ନ ସମ୍ପଦାୟର ଲୋକେ ବଡ଼ ଦିନକୁ ଖୁବ ଧୁମଧାମରେ ପାଳନ କରୁଛନ୍ତି। ବଡ଼ଦିନକୁ ନେଇ ଉତ୍ସବମୁଖର ସହର ବଜାର ହେଉଥିବା ବେଳେ ସଜେଇ ହେଉଛି ଚର୍ଚ୍ଚ।  ଚର୍ଚ୍ଚରେ ଯୀଶୁଙ୍କ ଜନ୍ମଦିନ ପାଳନ ହେବ, ହେଲେ ସମାବେଶ ହେବ ନାହିଁ ।ଗତବର୍ଷ କୋଭିଡ ପାଇଁ ସବୁ ଫିକା ପଡିଥିବା ବେଳେ ଚଳିତବର୍ଷ ଭଲ ବେପାର ହେବ ଆଶାରେ ରହିଛନ୍ତି ବ୍ୟବସାୟୀ। ସେଥିପାଇଁ କିଛି ଦିନ ହେଲା ଜମିଛି ବଡ଼ଦିନ ବେପାର ।ଅନ୍ୟପଟେ ଘରେ ରହି ବନ୍ଧୁ ପ୍ରିୟଜନ ଙ୍କ ସହ ଖୁସି ବାଣ୍ଟିବା ସହ ରାଜଧାନୀବାସୀ ପାଳିବେ ବଡ଼ଦିନ।

କଟକଣା ଭିତରେ ବଡଦିନ ପାଳନ ହେବାପାଇଁ ପ୍ରଶାସନ ପକ୍ଷରୁ ଯୋଜନା ଚାଲିଥିବା ବେଳେ, ପୂର୍ବବର୍ଷ ପରି ପାଳନ ହୋଇପାରେ ବଡ଼ଦିନ l