Saturday, November 14, 2026
Home ଆଞ୍ଚଳିକ ରାଜ୍ୟରେ ବଢୁଛି ଥଣ୍ଡା, ରାତ୍ରୀ ତାପମାତ୍ରା ୦.୨ ରୁ ୧.୩ ଡିଗ୍ରୀ ବୃଦ୍ଧି

ରାଜ୍ୟରେ ବଢୁଛି ଥଣ୍ଡା, ରାତ୍ରୀ ତାପମାତ୍ରା ୦.୨ ରୁ ୧.୩ ଡିଗ୍ରୀ ବୃଦ୍ଧି

54

୧୯/୧୨/୨୧ (ଜିଲ୍ଲା ଖବର ) : ରାଜ୍ୟରେ ବଢୁଛି ଥଣ୍ଡା। ଖସୁଛି ପାରଦ ଜାଡରେ ଥରୁଛି ଓଡିଶା। ସକାଳ ୯ଟା ପର୍ଯ୍ୟନ୍ତ କୁହୁଡି ଲାଗି ରହୁଛି। ବାହାରକୁ ବାହାରିବା ମୁସ୍କିଲ ହୋଇପହୁଛି।

ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନରେ ରାତ୍ରୀର ତାପମାତ୍ରା 0.3 ରୁ 2.3 ଡିଗ୍ରୀ କମିଥିବା ବେଳେ ଉତ୍ତର ଓ ଆଭ୍ୟନ୍ତରୀଣ ଓଡ଼ିଶାରେ 1 ରୁ 2.6 ଡିଗ୍ରୀ ରାତ୍ରି ତାପମାତ୍ରା ବୃଦ୍ଧି ଘଟିଛି। ଉପକୂଳ ଓଡିଶାରେ କିଛି ସ୍ଥାନରେ ରାତ୍ରୀ ତାପମାତ୍ରା  0.2 ରୁ 1.3 ଡିଗ୍ରୀ ବୃଦ୍ଧି ଘଟିଛି ।

ଆଗାମୀ 5 ଦିନ ଯାଏଁ ପାଗ ମୁଖ୍ୟତଃ ଶୁଖିଲା ରହିବ ବୋଲି ପାଣିପାଗ ବିଭାଗ କହିଛି । ଉତ୍ତର ପଶ୍ଚିମ ତଥା ଉତ୍ତର ଦିଗରୁ ଶୁଷ୍କ ଥଣ୍ଡା ବାୟୁ ଓଡିଶା ମଧ୍ୟକୁ ପ୍ରବେଶ କରୁଥିବାରୁ 4 ରୁ 5ଦିନ ଶୀତର ପ୍ରକୋପ ବୃଦ୍ଧି ସମ୍ଭାବନା ରହିଛି। ରାତ୍ରି ତାପମାତ୍ରା 2ରୁ 4 ଡିଗ୍ରୀ କମିବାର ସମ୍ଭାବନା ରହିଛି।