
୧୯/୧୨/୨୧ (ଜିଲ୍ଲା ଖବର ) : ୧୯୨୭ ମସିହା ଆଜିର ଦିନରେ କାକୋରୀ ଲୁଟ୍ ଘଟଣାରେ କ୍ରାନ୍ତିକାରୀ ରାମ ପ୍ରସାଦ ବିସମିଲ, ରୌସନ ସିଂହ ଓ ଅସଫାକଉଲ୍ଲା ଖାନ୍ ସହିଦ ହୋଇଥିଲେ । ଏହି ୩ କ୍ରାନ୍ତିକାରୀଙ୍କୁ ଲକ୍ଷ୍ନୌ ନିକଟ କାକୋରୀ ଟ୍ରେନ୍ ଲୁଟ୍ ଘଟଣାର ଦୋଷୀ ସାବ୍ୟସ୍ତ କରି ବ୍ରିଟିଶ ସରକାର ଫାଶୀ ଦଣ୍ଡ ଦେଇଥିଲେ ।
କାକୋରୀ କାଣ୍ଡ ବ୍ରିଟିଶ୍ ବିରୋଧୀ ଆନ୍ଦୋଳନର ପ୍ରମୁଖ ଘଟଣା ମଧ୍ୟରୁ ଅନ୍ୟତମ । ରାମ ପ୍ରସାଦ ବିସମିଲଙ୍କ ସମେତ ପ୍ରାୟ ୧୦ କ୍ରାନ୍ତିକାରୀ ଟ୍ରେନ୍ ଲୁଟିବାର ଯୋଜନା ପ୍ରସ୍ତୁତ କରିଥିଲେ । ଏଥିରେ ଚନ୍ଦ୍ର ଶେଖର ଆଜାଦ ବି ସାମିଲ ଥିଲେ। ସେ ଟ୍ରେନ୍ ଇଞ୍ଜିନର ନିୟନ୍ତ୍ରଣ ନିଜ ହାତକୁ ନେଇଯାଇଥିଲେ। କ୍ରାନ୍ତିକାରୀମାନେ ଟ୍ରେନରେ ଯାଉଥିବା ଇଂରେଜ ମାନଙ୍କର ସେ ସମୟର ୮ ହଜାର ଟଙ୍କା ଲୁଟି ନେଇଥିଲେ।


