ବାଇକରୁ ପଡିଲେ, ପଛ ପଟୁ ଆସୁଥିବା ଟ୍ରକ ମାଡିଗଲା

108

୧୮/୧୨/୨୧ (ଜିଲ୍ଲା ଖବର ) :  ମୃତ୍ୟୁ ଏମିତି ବି ଆସେ ।  କିଏ ଜାଣିଥିଲା ସାଙ୍ଗ ଘରକୁ ବାହାଘର ଭୋଜି ଖାଇବାକୁ ଯିବାବେଳେ ମୃତ୍ୟୁ ଚାହିଁ ବସିଥିବ ।  ଏମିତି ଏକ ଦୁଃଖଦ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସୋର ଥାନା କୁଆମରା ଛକ ନିକଟରେ l ମାନସ ପ୍ରଧାନ ଏବଂ ତାଙ୍କ ସାଙ୍ଗ ବାଇକରେ ଆଉ ସାଙ୍ଗ ବାହାଘର ଭୋଜି ଖାଇବାକୁ ସୋର ଅଭିମୁଖେ ଆସୁଥିଲେ l

କୁଆମରା ଛକ ନିକଟରେ ସ୍କୁଟି ସହିତ ଧକା ହେବାରୁ ପଛରେ ବସିଥିବା ମାନସ ପ୍ରଧାନ ରାସ୍ତା ଉପରେ ପଡିଯାଇଥିଲା  l ସେତିକି ବେଳେ ପଛ ପଟୁ ଆସୁଥିବା ଏକ ଟ୍ରକ ମାନସ ଉପରେ ଚଢିଯାଇଥିଲା । ଫଳରେ ଘଟଣାସ୍ଥଳରେ ଉପସ୍ଥିତ ଲୋକ ଅଟୋ ଯୋଗେ ମାନସଙ୍କୁ ସୋର ଡାକ୍ତରଖାନାକୁ ଆଣିଥିଲେ l ଡାକ୍ତରଖାନାରେ ଚିକିତ୍ସିତ ଅବସ୍ଥାରେ ଡାକ୍ତର ମାନସକୁ ମୃତ୍ୟୁ ଘୋଷଣା କରିଛନ୍ତି l ମାନସଙ୍କ ଘର ପଶ୍ଚିମବଙ୍ଗ ବେଲଦା ଅଞ୍ଚଳ । ଏବଂ ସେ ପାଖ ଛକରେ ଥିବା ଏକ ମିକ୍ସଚର ଦୋକାନରେ କାର୍ଯ୍ୟ କରୁଥିବା ଜଣାପଡିଛି l