
୧୮/୧୨/୨୧ (ଜିଲ୍ଲା ଖବର ) : ଜାଡ଼ରେ ଥରୁଛି ସାରା ଓଡ଼ିଶା । ଗାଁ ଠୁ ସହର ସବୁଠି ଜାଡ ମାଡରେ ଆଉଟୁ ପାଉଟୁ ହେଉଛନ୍ତି ଲୋକେ । ଏତେ ଶୀତ ଯେ ଘରୁ ବାହାରିବା ଅସମ୍ଭବ ହୋଇପଡିଲାଣି । ରାଜ୍ୟରେ ଶୀତ ଲହରୀ ଜାରି ରହିଥିବା ବେଳେ ପାହାଡ଼ିଆ ଅଞ୍ଚଳରେ ଶୀତର ପ୍ରକୋପ ଅଧିକ ଦେଖିବାକୁ ମିଳିଛି । ସଞ୍ଜ ନଇଁଲେ ଦେହ ଥରାଇ ଦେଲା ଭଳି ଶୀତ ଅନୁଭୁତ ହେଉଛି । ୯ ଟି ସ୍ଥାନରେ ତାପମାତ୍ରା ୧୧ ଡିଗ୍ରୀ ତଳେ ରହିଛି ।
ଗତ ୨୪ ଘଣ୍ଟା ମଧ୍ୟରେ ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୭.୫ ଡିଗ୍ରୀ ଥିବାବେଳେ ଦାରିଙ୍ଗବାଡ଼ିରେ ୬.୫ ଡିଗ୍ରୀ ସେଲସିୟସ ରେକର୍ଡ ହେଇଛି । ଭୁବନେଶ୍ୱରରେ ତାପମାତ୍ରା ୧୨.୨ ଓ କଟରେ ୧୨ ଡିଗ୍ରୀ ରହିଛି । ଆଭ୍ୟନ୍ତରିଣ ଓଡ଼ିଶାରେ ରାତିର ତାପମାତ୍ରା ୦.୫ ରୁ ୨.୭ ଡିଗ୍ରୀ ଯାଏ ତଳକୁ ଖସିଛି । ସେହିପରି ଉପକୂଳ ଓଡ଼ିଶାରେ ତାପମାତ୍ରା ୧.୫ ରୁ ୩ ଡିଗ୍ରୀ ଯାଏ ହ୍ରାସ ପାଇଛି । ଆଗାମୀ ୫ ଦିନ ଯାଏଁ ରାଜ୍ୟରେ ପାଗ ଶୁଖିଲା ରହିବା ସହ ପାରଦ ଆହୁରି ୩ ରୁ ୪ ଡିଗ୍ରୀ ହ୍ରାସ ପାଇବ ।


