Sunday, November 15, 2026
Home ଆଞ୍ଚଳିକ ଶାଶୁଘର ଆଗରେ ପୁଣି ଧାରଣାରେ ବସିଲେ ତପସ୍ୱିନୀ

ଶାଶୁଘର ଆଗରେ ପୁଣି ଧାରଣାରେ ବସିଲେ ତପସ୍ୱିନୀ

79

ବ୍ରହ୍ମପୁର , ୧୮/୧୨/୨୧ (ଜିଲ୍ଲା ଖବର ) :   ସୁମିତ-ତପସ୍ବିନୀ ବିବାଦରେ ଟ୍ବିଷ୍ଟ । ସମାଧାନ ହେବା ପରିବର୍ତ୍ତେ ଆହୁରି ଜଟିଳ ହେବାରେ ଲାଗିଛି ମାମଲା । ବ୍ରହ୍ମପୁର ବ୍ରାହ୍ମନଗରର ସ୍ଥିତ ଶାଶୁଘର ଆଗରେ ପୁଣି ଧାରଣାରେ ବସିଲେ ତପସ୍ବିନୀ । ଶୁକ୍ରବାର ତପସ୍ବିନୀଙ୍କ ତରଫରୁ ରୁଜୁ ପିଟିସନ୍ ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ ହୋଇଥିଲା  । ଶ୍ବଶୁର ଘରେ ରହିବାକୁ ଅନୁରୋଧ କରି ତପସ୍ବିନୀ ପିଟିସନ୍ ରୁଜୁ କରିଥିଲେ । ଅସୁରକ୍ଷିତ ଭାବେ ସୁମିତ ତପସ୍ବିନୀଙ୍କୁ ଛାଡି ଚାଲିଯାଇଥିବା କହିଛନ୍ତି ତାଙ୍କ ଓକିଲ । ତେବେ ଶୁଣାଣିକୁ ଆସନ୍ତା ୨୦ ତାରିଖ ଯାଏ ଘୁଞ୍ଚାଇ ଦିଆଯାଇଛି । ତେଣୁ ଏବେ ପୁଣି ଶାଶୁଘର ଆଗରେ ଧାରଣାରେ ବସିଛନ୍ତି ତପସ୍ବିନୀ ।

ତପସ୍ବିନୀଙ୍କୁ ସମର୍ଥନ ଦେଇଛନ୍ତି ସମାଜସେବୀ ପ୍ରମିଳା ତ୍ରିପାଠୀ । ତପସ୍ବିନୀଙ୍କ ସହ ସେ ମଧ୍ୟ ଧାରଣାରେ ବସିଛନ୍ତି । ସେପଟେ ସୁମିତ କୋର୍ଟଙ୍କ ନିର୍ଦ୍ଦେଶ ଅବମାନନା କରିଥିବା ନେଇ ତପସ୍ବିନୀଙ୍କ ଓକିଲ କୋର୍ଟରେ ପିଟିସନ୍ ରୁଜୁ କରିଥିଲେ । କୋର୍ଟ ନିର୍ଦ୍ଦେଶ ଅବମାନା କରିଥିବା ଯୋଗୁଁ ଡାକ୍ତର ସୁମିତଙ୍କ ବିରୋଧରେ କ୍ରିମିନାଲ୍ କେସ୍ ରୁଜୁ କରିବାକୁ ଅନୁରୋଧ କରାଯାଇଥିଲା । ଏହାସହ ସେ ପତ୍ନୀ ତପସ୍ବିନୀଙ୍କ ରହିବା ପାଇଁ ବ୍ୟବସ୍ଥା କରି ନାହାନ୍ତି । ଏଣୁ ମାମଲାର ଫଇସଲା ପର୍ଯ୍ୟନ୍ତ ତାଙ୍କୁ ଶ୍ବଶୁର ଘରେ ରହିବାକୁ ଅନୁମତି ଦିଆଯାଉ ଏବଂ ମାସିକ ଭରଣପୋଷଣ ବାବଦରେ ଅର୍ଥ ଦେବାକୁ ପିଟିସନ୍‌ରେ ଉଲ୍ଲେଖ ରହିଛି ।

କଣ ହେବ ତପସ୍ବିନୀଙ୍କ ଭବିଷ୍ୟତ ?  ସୁମିତ ଡିମ୍ପଲଙ୍କୁ ନେଇ ଆସନ୍ତା ୨୦ ତାରିଖରେ କଣ ରାୟ ଶୁଣାଇବେ SDJM କୋର୍ଟ ତାହା ଉପରେ ସମସ୍ତଙ୍କ ନଜର ।