Monday, November 16, 2026
Home ଆଞ୍ଚଳିକ କୋଭାଭାକ୍ସକୁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦେଲା WHO

କୋଭାଭାକ୍ସକୁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦେଲା WHO

61

୧୮/୧୨/୨୧ (ଜିଲ୍ଲା ଖବର ) :  ସେରମ ଉତ୍ପାଦିତ କରୋନା ଟିକା କୋଭୋଭାକ୍ସକୁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ପ୍ରଦାନ କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ଏହାକୁ ମିଶାଇ ଏପର୍ଯ୍ୟନ୍ତ ମୋଟ ୯ଟି ଟିକାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଅନୁମତି ଦିଆ ସରିଲାଣି । ଆମେରିକୀୟ ଫାର୍ମା କମ୍ପାନୀ ନୋଭାଭାକ୍ସ ଦ୍ୱାରା ଏହି କରୋନା ଟିକା ପ୍ରସ୍ତୁତ ହୋଇଛି । ସେରମ ଇନଷ୍ଟିଚ୍ୟୁଟ୍ ଭାରତରେ ଏହାକୁ କୋଭୋଭାକ୍ସ ନାମରେ ଉତ୍ପାଦନ କରୁଛି ।

ଏହା ମଧ୍ୟ ଅନ୍ତର୍ଜାତୀୟ ଟିକା ସହଯୋଗ ପ୍ଲାଟଫର୍ମ କୋଭାକ୍ସରେ ଅନ୍ତର୍ଭୁକ୍ତ ରହିଛି । କରୋନା ବିରୋଧୀ ଲଢେଇରେ ଏହା ଆଉ ଏକ ମାଇଲଖୁଣ୍ଟ  ହେବ ବୋଲି କହିଛନ୍ତି ସେରମ ଇନଷ୍ଟିଚ୍ୟୁଟର ମୁଖ୍ୟ ଅଦର ପୁନାଓ୍ବାଲା । କରୋନା ଭୁତାଣୁ ବିରୋଧରେ ଏହା ଉତ୍ତମ ପ୍ରଭାବ ଓ ନିରାପତ୍ତା ଦେଖାଉଛି । ସେରମ ପକ୍ଷରୁ ଗତ ଜୁନ ୨୫ରେ କୋଭୋଭାକ୍ସର ପ୍ରଥମ ବ୍ୟାଚ ଉତ୍ପାଦନ ଆରମ୍ଭ କରାଯାଇଥିଲା । ପୂର୍ବରୁ ଫାଇଜର, ଆଷ୍ଟ୍ରାଜେନିକା, ଜନସନ, ସୋନୋଭାକ୍, କୋଭାକ୍ସିନ, ସ୍ପୁଟନିକ ଆଦି କରୋନା ଟିକାକୁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ମିଳିଛି ।